ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ ।

0 279

ମାଲକାନଗିରି,୨୬/୦୨(ପିପିଟି):ଆମ ଆଦମୀ ପାର୍ଟି ମାଲକାନଗିରି ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖରେ ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ଏସପି କାର୍ଯ୍ଯାଳୟ ସମ୍ମୁଖରୁ ଏକ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ର ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟଳୟ ଠାରେ ଏକ ଧାରଣା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମିଶନ ଶକ୍ତିରେ କାମ କରୁଥିବା ସହାୟକ ଷ୍ଟାଫ ଯଥା ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲଏସପି ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯିବ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ କର୍ମଚାରୀମାନଙ୍କର ନାଯ୍ଯ ଦାବିକୁ ଅଣଦେଖା କରିଆସୁଛି । ମିଶନ ଶକ୍ତିକୁ ସରକାର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ବେଳେ ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ । ଫେବୃଆରୀ ୨୦ ତାରିଖରେ ପ୍ରାୟ ୨୦ ହଜାର ମିଶନ ଶକ୍ତି ସହାୟକ କର୍ମଚାରୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ ।
୨୦୨୩/୨୪ ବଜେଟକୁ ଏକ ବଳକା ବଜେଟ ଅର୍ଥାତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ ତାହା ଜଣାପଡ଼ୁନାହିଁ । ଏମାନଙ୍କୁ କେବଳ ନିର୍ବାଚନୀ ପ୍ରଚାର କାର୍ଯ୍ଯରେ ଲଗାଇବା ପାଇଁ ଏବଂ ସବୁ ଦିନେ ବିଜେଡି ଭୟଭିତ କରି ରଖିବାର ଯୋଜନା ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରୁଛି । ତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ ଆଦମୀ ପାର୍ଟି ଦାବି କରୁଛି । ଆଗାମୀ ୨୮ ତାରିଖରେ ମିଶନ ଶକ୍ତିର ସହାୟକ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବା ପାଇଁ ଆପ୍ ତରଫରୁ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ ବୋଲି ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ ଦେଶୀରାଜୁ ଆଚାରୀ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.