ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଅକାଳ ବିୟୋଗ ।

0 453

ବ୍ରହ୍ମପୁର,୨୫/୦୧: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁ । ଦୈନିକ ଖବରକାଗଜ ସକାଳର ବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳିନଥିଲା । ଶେଷରେ ତାଙ୍କ ପରଲୋକ ହୋଇଛି । ପେସାରେ ସାମ୍ବାଦିକ ଏବଂ ଓକିଲ ଥିଲେ ଚିରଞ୍ଜିତ୍। ତାଙ୍କର ଦୁଇଟି ପିଲା ଅଛନ୍ତି । ସେ ଜଣେ ମେଳାପୀ ମଣିଷ ଥିଲେ । ଲୋକଙ୍କୁ ସାହାଯ୍ଯ କରିବା, ସତ୍ଯ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା । ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଓକିଲ, ସାମ୍ବାଦିକ, ନେତା ଓ ସାମାଜିକ କର୍ମୀମାନେ ପହଞ୍ଚିଥିଲେ।

Leave A Reply

Your email address will not be published.