ମାଲକାନଗିରି ଜିଲ୍ଲାବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୬୩୯ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ।

0 228

ମାଲକାନଗିରି,୨୧/୦୧(ପିପିଟି): ମାଲକାନଗିରି ଜିଲ୍ଲାର ଆଜି ବି ଉତ୍କଟ ପାନୀୟ ଜଳ ସମସ୍ଯା ଲାଗି ରହିଛି। ଅନେକ ଗ୍ରାମର ଲୋକମାନେ ଝରଣା, ନଦୀ ଏବଂ ଗଡିଆରୁ ଦୁଷିତ ଜଳ ପାନ କରି ପାଣି ଝାଡା ବାନ୍ତିର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଗତ ବର୍ଷ ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଅକାଳ ମୃତ୍ୟୁର ବିଭିଷୀକା ସମସ୍ତଙ୍କୁ ସ୍ତମ୍ଭିଭୂତ କରିଥିଲା । ଯାହାର ମୂଳରେ ଥିଲା ଦୁଷିତ ପାନୀୟ ଜଳର ବ୍ଯବହାର।ତେବେ ମାଲକାନଗିରି ଜିଲ୍ଲାରେ ପାନୀୟ ଜଳ ସମସ୍ଯାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ୬୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ।ଜିଲ୍ଲାର ମାଲକାନଗିରି, କାଲିମେଳା,ଖଇରପୁଟ ଓ ମାଥିଲି ବ୍ଲକର ୬୧ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପାଇଁ ଚାରଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ମୋଟ ୬୩୯ କୋଟି ୨୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଏହା ଦ୍ୱାରା ଜିଲ୍ଲାର ୪୫୩ ଗୋଟି ଗ୍ରାମବାସୀଙ୍କ ସହ ୩,୧୩,୬୨୦ ବ୍ଯକ୍ତି ବିଶେଷ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ଆଜି ମୁଖ୍ୟମନ୍ତ୍ରୀ ଏହି ଅର୍ଥ ମଞ୍ଜୁର ଘୋଷଣା କଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି କର୍ମକର୍ତ୍ତାମାନେ ଧନ୍ୟବାଦ ଅର୍ପଣ କରିବା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ଯକୁ ପ୍ରକାଶ କରିଛନ୍ତି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.