ବିଧାୟିକାଙ୍କ ଦ୍ବାରା କଲ୍ୟାଣ ମଣ୍ଡପ ଉଦଘାଟିତ।

0 225

କୋଦଳା,୨୦/୦୧(ପିପିଟି): ଶୁକ୍ରବାର କୋଦଳା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ବିଧାୟିକା ହାତ ପାଣ୍ଠିରୁ ଦୁଇ ପର୍ଯ୍ୟାୟରେ ୬୫୦୦୦୦ ଟଙ୍କା ରେ ନିର୍ମିତ କଲ୍ୟାଣ ମଣ୍ଡପ ସଂପୂର୍ଣ୍ଣିକରଣ କାର୍ଯ୍ୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କର କମଳ ରେ ଉଦଘାଟିତ ହୋଇଯାଇଛି! ଏହି ମଣ୍ଡପ ଲୋକାର୍ପିତ ହେବାପରେ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେଉଥିବା ବ୍ରତ, ବିବାହ, ସଭା, ସମିତି, ବିଭିନ୍ନ ଭୋଜିଭାତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁବିଧାରେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ତତସହିତ ମନ୍ଦିର ସେବାୟତ ମାନଙ୍କ ସହିତ ମନ୍ଦିର ଉନ୍ନୟନ ବିଷୟରେ ଆଲୋଚନା କଲି । ଏଥିରେ ମନ୍ଦିର ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ବଡୁ, ସମ୍ପାଦକ ଭାଗିରଥି ନାୟକ, କୋଷାଧକ୍ଷ୍ୟ ପ୍ରଦୀପ କୁମାର ପାଢ଼ୀଙ୍କ ସମେତ ସମସ୍ତ ମନ୍ଦିର ସେବାୟତ, ବିଜେଡି କାଉନସିଲର ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.