ଓଡ଼ିଶାର ନିଜସ୍ବ ପର୍ବ ବକୁଳ ପୂଜା ବା ବଉଳଫୂଲର ପୂଜା।

0 239

ବୋଲଗଡ଼,୧୯/୦୧(ପିପିଟି): ପୌଷମାସ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ନାମରେଖ୍ୟାତ। ଏହିଦିନରେ ଓଡିଶାର ପୁରପଲ୍ଲୀ ଆବାହନ କାଳରୁ ପାରମ୍ପରିକ ରିତିରେ ଏହି ଉତ୍ସବ ପାଳିତ ହୋଇ ଆସୁଅଛି। ଏହି ବଉଳ ଅମାବାସ୍ୟା ରେ ଖୋଜାପଡେ ଟିକିଏ ଆମ୍ବ ବଉଳ। ପୌଷମାସର ପ୍ରବଳ ଶୀତର ପ୍ରକୋପ ମଧ୍ୟରେ ଆମ୍ବ ଗଛ ଗୁଡିକ ନବ ବସନ୍ତର ଶୁଭାଗମନର ସୂଚନା ଦେଇଥାଏ। ଏହି ସମୟରେ ପ୍ରକୃତି ଯେତେବେଳେ ନୂତନ ପୁଲକରେ ପୁଲକିତ ହୁଏ। ଏହି ଅବସରରେ ମନରେ ଅନେକ ସମ୍ଭାବନାକୁ ସ୍ଥାନ ଦେଇ ବକୁଳ ଅମାବାସ୍ୟା ପର୍ବ ପାଳନକରି ଆନନ୍ଦରେ ନିଜ ନିଜର ମହାନତାକୁ ବ୍ୟକ୍ତ କରିଥାଏ। ଓଡ଼ିଶାର ଏକ ନିଜସ୍ୱ ପର୍ବ ଏହି ଦିନ ଘରେ ଘରେ ଗଇଁଠାପିଠା ପ୍ରସ୍ତୁତ କରାଯାଇ ଥାଏ। ବଉଳ ଧରିଥିବା ଆମ୍ବଗଛ ମୂଳରେ ଗଇଁଠାପିଠା ଭୋଗ କରାଯାଏ। ଆଉ କିଛି କିଛି ସ୍ଥାନରେ ଘରେ ଘରେ କ୍ଷୀରି ପିଠା ପ୍ରସ୍ତୁତ କରାଯାଇ ଆମ୍ବ ଗଛରୁ ନୂତନ ବଉଳ ଆଣି ନିଜ ନିଜ ପରିବାରର ଇଷ୍ଟଦେବୀଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ଇଷ୍ଟଙ୍କ ପାଖରେ ବଉଳ ଲାଗିକଲେ ଭଲଫଳ ହୁଏ ବୋଲି ସମସ୍ତଙ୍କ ମନରେ ବିଶ୍ୱାସ ରହିଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.