ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଓ଼ କମ୍ବଳ ବଣ୍ଟନ ।

0 293

ଉଲୁଣ୍ଡା,୧୫/୦୧(ପିପିଟି): ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ମାତ୍ରାଧିକ ଥିବା ବେଳେ ଜିଲ୍ଲା ବାସୀ ହାଡ଼ଭଙ୍ଗା ଶୀତ ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ଶୀତରେ ସବୁଠୁ ବେଶି ହନ୍ତସନ୍ତ ହେଉଛନ୍ତି ଫୁଟ୍ ପାଥ କିମ୍ବା ଗଛ ମୂଳରେ ତମ୍ବୁ ଟାଣି ବସବାସ କରୁଥିବା ଗରିବ ନିରାଶ୍ରୟ ଲୋକମାନେ । ଏଭଳି ସମୟରେ ଈଶ୍ବରଙ୍କ ଦୂତ ହୋଇ ସେମାନଙ୍କ ନିକଟରେ ପହଁଚିଛି ସୁବର୍ଣ୍ଣପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ “ରାଧା ହେଲ୍ପିଂ ହେଣ୍ଡ୍ସ୍ ।” ଏହି ସଂଗଠନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ ନିରାଶ୍ରୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଇତି ମଧ୍ୟରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳମୁଣ୍ଡା ପଡ଼ିଆରେ ତମ୍ବୁ ଟାଣି ବାସ କରୁଥିବା ଯାଯାବର ଶ୍ରେଣୀୟ ୧୦ଟି ପରିବାରର ପାଖାପାଖି ୪୦ଜଣ ସଦସ୍ୟଙ୍କୁ ସ୍ଥାନୀୟ ଯୁବ କବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ସହଯୋଗରେ ସଂଗଠନର ସଦସ୍ୟ ସନ୍ତୋଷିନୀ ନନ୍ଦ,ଭାର୍ଗବୀ ରାୟଗୁରୁ,ମୀନା ଅଗ୍ରୱାଲ,ବିଷ୍ଣୁ ମୋହନ ସାହୁ ଓ ରଞ୍ଜିତା ସାହୁ ପ୍ରମୁଖ କମ୍ବଳ,ଗାମୁଛା,ଲୁଗା, ବିସ୍କୁଟ ଓ ପାଣି ବୋତଲ ଆଦି ବଣ୍ଟନ କରିଥିଲେ । ସଂଗଠନର ଏପରି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.