ମାଲ୍ୟବନ୍ତ ମହୋତ୍ସବ ପାଇଁ ଆମ୍ମା କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ ।

0 191

ମାଲକାନଗିରି,୦୯/୦୧(ପିପିଟି):ଚଳିତ ଜାନୁୟାରୀ ୧୫ ରୁ ୧୭ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ ହେବ। ଏ ନେଇ ଆଜି ଖଇରପୁଟ ବ୍ଲକର ଆମ୍ମକୁଣ୍ଡ ଠାରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ଜିଲ୍ଲାପାଳ ବିଶାଲ ସିଂ ଙ୍କ ଦ୍ଵାରା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ପବିତ୍ର ଜଳକୁ ଦାମଲଦେଇ ମନ୍ଦିର ପରିସରକୁ ଅଣାଯାଇଥିଲା।ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା । ଶୋଭାଯାତ୍ରାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ପୂର୍ବତନ ବିଧାୟକ ଡମ୍ୱରୁ ଶିଷାଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ମାନେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ସଭାପତିତ୍ବ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଯୋଗ ଦେଇ ଆନୁଷ୍ଠନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦାନନ୍ଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ କଳସଗୁଡ଼ିକୁ ମାଲକାନଗିରି ସଦର ମହକୁମାକୁ ଅଣାଯାଇଥିଲା। ସେଠାରେ ଭୈରବ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିର ପରିସରରେ କଳସ ଗୁଡ଼ିକୁ ସ୍ଥାପନ କରାଯାଇଛି। ସେହିପରି ବ୍ଲକ୍ ପରିସରରେ ଅତିଥିମାନେ ବୃକ୍ଷ ରୋପଣ କରିଛନ୍ତି। ଦୁଇଗୋଟି ମଲ୍ୟବନ୍ତ ରଥକୁ ମଧ୍ଯ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏଥିରେ ମାଲ୍ୟବନ୍ତ ମହୋତ୍ସବର ସମସ୍ତ ବିବରଣୀ ଏବଂ ଜିଲ୍ଳାର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଏକ ଭିଡିଓ ସ୍ଥାନ ପାଇଛି । ଏହା ସମଗ୍ର ଜିଲ୍ଲା ଭ୍ରମଣ କରିବ। ଆଜିର ଏହି କଳସ ଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ଛାତ୍ରଛାତ୍ରୀ,ଜନ ସାଧାରଣ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ସାମିଲ ହୋଇଥିଲେ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.