ସ୍ଵାଭିମାନ ଅଞ୍ଚଳରେ ଘୋଡା ଦୌଡ ପ୍ରତିଯୋଗିତା ।

0 232

ମାଲକାନଗିରି,୦୭/୦୧(ପିପିଟି): ଆଜି ସ୍ଵାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ଗ୍ରାମ ପଞ୍ଚାୟତର ଲାଉଗୁଡ଼ା ଗ୍ରାମରେ ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇ ନିଜର ଖୁସି ବ୍ୟକ୍ତ କରି ଜିଲ୍ଲା ପ୍ରଶାସନ ଏହାକୁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହିପରି ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ ଆଗାମୀ ଦିନ ମାନଙ୍କରେ ଅନ୍ୟ ଜିଲ୍ଲା ପାଇଁ ଏହା ପ୍ରେରଣାଦୟୀ ହେବ ବୋଲି କହିଥିଲେ। ସେହିପରି ଜିଲ୍ଲାପାଳ ବିଶାଲ ସିଂ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ଜିଲ୍ଲା ପାଇଁ ଗୌରବ ବିଷୟ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ସାଂସଦ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚିତ୍ରକୋଣ୍ଡା ବ୍ଲକ ଅଧ୍ଯକ୍ଷା ରାଜେଶ୍ୱରୀ ଖିଲ, ପ୍ରମୁଖ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ଡ଼ଃ ଅରବିନ୍ଦ ପାଢୀ, ନିର୍ଦ୍ଦେଶକ କୃଷି ଓ ଖାଦ୍ୟ ଉତ୍ପାଦନ ପ୍ରେମଚନ୍ଦ୍ର ଚୌଧୁରୀ, ନିର୍ଦ୍ଦେଶକ ଉଦ୍ୟାନ କୃଷି ଡ଼ଃ ରୋହିତ ଲେଙ୍କା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଓ ପିଏ ଆଇଟିଡିଏ ତ୍ରିନାଥ ମାଝୀ ଉପସ୍ଥିତ ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ ଏହି କାର୍ଯ୍ୟକ୍ରମ ତଦାରଖ କରିଥିଲା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଘୋଡା ଦୌଡ଼ ପ୍ରତିଯୋଗିତା ରେ ପେପରମେଟଲା ଗ୍ରାମ ପଞ୍ଚାୟତର ରାଜୁ ଖିଲ,ସଦନ ପାଙ୍ଗି ଓ ସୁବାସ ଖିଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.