ଅଗ୍ନିକାଣ୍ଡରେ ପୋଡ଼ି ଗଲା ଧାନଗଦା ।

0 155

ଭଞ୍ଜନଗର,୦୭/୦୧(ପିପିଟି):ଭଞ୍ଜନଗର ବ୍ଳକ ଅଧୀନ ତୁଳସୀପଲ୍ଲୀ ଗ୍ରାମ ନିକଟରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଧାନ ଓ ପାଳ ଗଦା ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡିଛି।କେହି ପୂର୍ବ ଶତ୍ରୁତାକୁ ନେଇ ନିଆଁ ଲଗେଇ ଦେଇଥିବା କିଛି ଗ୍ରାମବାସୀ କହୁଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଏହି ଗ୍ରାମର ଦିଲ୍ଲୀପ କୁମାର ସ୍ବାଇଁ,ଅଶୋକ କୁମାର ସ୍ବାଇଁ ଓ ସୁବାଷ ନାୟକଙ୍କ ଧାନ ଓ ପାଳ ଗଦା ପୋଡି ନଷ୍ଟ ହୋଇଯାଇ ଥିବାରୁ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.