ମାଲକାନଗିରି,୦୪/୦୧(ପିପିଟି):
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉଛି। ଆଜି ଏନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଡିଡିଏମ ନାବାର୍ଡ ସଚିବ ପରିବର୍ତ୍ତନଙ୍କ ଉପସ୍ଥିତିରେ ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ ଉଦଘାଟନ କରାଯାଇଛି । ଏହା ନାବାର୍ଡର ଆରଆଇପିଏଫ ସହାୟତାରେ ଏବଂ ପରିବର୍ତ୍ତନ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏହି ପ୍ରକଳ୍ପ ଚାଲିବ। ଆମ୍ବୁଲାନ୍ସଗୁଡିକ ସ୍ୱାଭିମାନ ଅଞ୍ଚଳର ରାଲେଗଡା, ବଡ଼ପଡା, ଧୂଳିପୁଟ, ପେପରମେଟଲା,ନାକାମାମୁଡ଼ି, ଯନ୍ତ୍ରି ଏବଂ ଆଣ୍ଡ୍ରାପାଲ୍ଲୀ ଗ୍ରାମ ପଞ୍ଚାୟତ ପାଇଁ ସେବା ଯୋଗାଇବ ବୋଲି ଜଣାପଡିଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post