ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ।

0 155

ଭଞ୍ଜନଗର,୩୦/୧୨(ପିପିଟି):ତାରସିଂ ପୁଲିସ ପକ୍ଷରୁ ବଦାଙ୍ଗୀ ଠାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଭାଗ୍ୟଲତା ସେଠି, ସରପଞ୍ଚ ସୁଦେସ୍ନା ଦଳବେହେରା, ପୂର୍ବତନ ସରପଞ୍ଚ ସୁନୀଲ ବ୍ରହ୍ମଚାରୀ,ସଙ୍ଗଠକ ରାଜ କୁମାର ସାହୁ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ମଞ୍ଚରେ ଉପସ୍ଥିତ ଥିଲେ।ଏଥିରେ ଟ୍ରାଫିକ ସମସ୍ୟା, ଚୋରା ମଦ କାରବାର ରୋକିବା, ଅନ୍ଧ ବିଶ୍ୱାସ, ଗୁଣି ଗାରେଡ଼ି ଭଳି ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା। ପୁଲିସକୁ ଭୟ ନକରି ସହଯୋଗ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏଥିରେ ବଦାଙ୍ଗୀ ଗ୍ରାମର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.