ଗାଁ’କୁ ପହଞ୍ଚି ପାରିଲାନି ଦମକଳ; ଅଗ୍ନିକାଣ୍ଡରେ ସବୁ ଭସ୍ମୀଭୂତ ।

0 377

ଭଞ୍ଜନଗର,୨୭/୧୨(ପିପିଟି): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଅନେକ ସ୍ଥାନରେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ଜନସାଧାରଣ।ଭଞ୍ଜନଗର ବ୍ଲକ ଡୁମାକୁମ୍ପା ପଞ୍ଚାୟତର ନେଳୀ ଝୋଳା ଡ଼ହ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ।ଯାହା ଫଳରେ ସେଠାରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଏହି ଗ୍ରାମର ସଞ୍ଜୟ ନାୟକ ପରିବାର ସହ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଭଞ୍ଜନଗର ମେଡ଼ିକାଲ ଆସିଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖି ଗ୍ରାମବାସୀ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ହେଲେ ଦମକଳ ଗ୍ରାମକୁ ଭଲ ରାସ୍ତା ଟିଏ ନଥିବାରୁ ଘଟଣା ସ୍ଥଳରେ ପହଞ୍ଚି ପାରି ନଥିଲା।ଫଳରେ ସଞ୍ଜୟର ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ,ଲୁଗାପଟା ଓ ମୂଲ୍ୟବାନ ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।ଖବର ପାଇ ସଞ୍ଜୟ ଘରେ ଆସି ପହଞ୍ଚି ଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଆସି ସ୍ଥିତି ଅନୁଧ୍ୟାନ କରି ନଥିବା ବେଳେ ତାଙ୍କୁ କୌଣସି ପ୍ରକାର ସହାୟତା ମଧ୍ୟ ମିଳିପାରି ନଥିବା ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.