ଆହତ ଗାଈର ଚିକିତ୍ସାରେ ସହାୟକ ହେଲେ ଡେପୁଟି କମିଶନର।

0 102

­ବ୍ରହ୍ମପୁର,୨୦/୧୨(ପିପିଟି):ସୋମବାର ରାତ୍ର ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଆହତ ହୋଇଥିବା ଗାଈର ଚିକିତ୍ସାରେ ସହାୟକ ହୋଇଛନ୍ତି ରାଜସ୍ବ ଅଧିକାରୀ ବିନୋଦ ବେହେରା । ପ୍ରକାଶ ଥାଉ କି, କୌଣସି ସୂତ୍ରରୁ ଖବର ପାଇ ରାଜସ୍ବ ଅଧିକାରୀ ତଥା ବ୍ରହ୍ମପୁର ମହାନଗର ନିଗମରେ ବର୍ତ୍ତମାନ ଡେପୁଟି କମଶନର ଭାବେ କାର୍ଯ୍ୟରତ ଥିବା ଶ୍ରୀ ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଶିକାର ହୋଇଥିବା ଗାଈଟିର ଅବସ୍ଥା ଦେଖି ଅବାକ୍ ହୋଇଯାଇଥିଲେ । ତୁରନ୍ତ ଆହତ ଗାଈଟିର ଚିକିତ୍ସା କରିବା ପାଇଁ ସେ ପଶୁ ବିଭାଗ ସମେତ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ବେହେରାଙ୍କ ଠାରୁ ଖବର ପାଇ ପଶୁ ଚିକିତ୍ସାଳୟର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ । ବର୍ତ୍ତମାନ ଗାଈଟି ସଂପୂର୍ଣ୍ଣ ବିପଦ ମୁକ୍ତ ଥିବା ଜଣାପଡିଛି। ରାଜସ୍ବ ଅଧିକାରୀ ଶ୍ରୀ ବେହେରା ପଶୁ ପ୍ରେମ ପାଇଁ ସହରରେ ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରକାଶ ଥାଉକି ଯେ, କରୋନା ସମୟରେ କୁକୁର, ଗାଈଗୋରୁ, ପଶୁପକ୍ଷୀ ଖାଇବାକୁ ନପାଇ ଡହଳ ବିକଳ ହେଉଥିବା ବେଳେ ଶ୍ରୀ ବେହେରା ସହର ସାରା ବୁଲି ବୁଲି କରୋନାକୁ ଭୃକ୍ଷେପ ନକରି ନିରୀହ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି।

Leave A Reply

Your email address will not be published.