ଉଲୁଣ୍ଡା,୧୯/୧୨(ପିପିଟି):ଜ୍ଞାନ ପ୍ରକାଶ ପରିବାର ସୋନପୁର ଜୋନ ପକ୍ଷରୁ ଗତକାଲି ସୋନପୁର ଏନ୍ ଜି ଓ ସି ସି ହଲ୍ ଠାରେ ଏକ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ଵତ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କବି ଓ ଲେଖକ ମାନେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ କବି ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଜ୍ଞାନ ପ୍ରକାଶ ପରିବାର ର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବେ ଜ୍ଞାନ ପ୍ରକାଶ ସଂସ୍ଥାର ସଂଯୋଜିକା କବୟତ୍ରୀ ଅମ୍ବିକା ସ୍ଵାଇଁ ଡ଼. ଧୀରେନ୍ଦ୍ର କୁମାର ନାଏକ, ଉଲୁଣ୍ଡା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ତଥା ସୁ ସାହିତ୍ୟିକ ଦେବାଶିଷ ପାଣ୍ଡିଆ ମଞ୍ଚାସୀନ ରହି. ଜ୍ଞାନ୍ ପ୍ରକାଶ କେବଳ ଏକ ପତ୍ରିକା ନ ହୋଇ ଚେତନା ଜାଗ୍ରତ କରିବାରେ ସହାୟକ ହେଉ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଜ୍ଞାନ୍ ପ୍ରକାଶ ପରିବାର ସୋନପୁର ଜୋନ୍ ମୁଖ୍ୟ ଲକ୍ଷ୍ମୀନାରାୟଣ ସାହୁ ସଂଯୋଜନା କରିଥିଲେ । ଶେଷରେ ଡ଼. ପ୍ରତାପ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଜ୍ଞାନ ପ୍ରକାଶ ପରିବାର ପକ୍ଷରୁ କୋଶଲି ଓ ଓଡ଼ିଆ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ବହୁ କବି ଓ କବୟତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ସମୀକ୍ଷକ ଭବରେ କବି ଅନିରୁଦ୍ଧ କୁରକୁରିଆ, ଅଦ୍ଵୈତ ପଣ୍ଡା, ଓ ସୁସ୍ମିତା ମେହେର ମଞ୍ଚାସୀନ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)