ବିଏସଏଫ ତରଫରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ।

0 271

ମାଲକାନଗିରି,୧୯/୧୨(ପିପିଟି): ୧୫୧ -ବିଏସଏଫ ବାଟାଲିୟନ କମାଣ୍ଡର ଅଜୟ କୁମାରଙ୍କ ନିର୍ଦ୍ଦେଶ କ୍ରମେ କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମିତ୍ କୁମାର ବିଶ୍ଵକର୍ମାଙ୍କ ସଭାପତିତ୍ୱରେ ଯବାନମାନଙ୍କ ଦ୍ଵାରା ବ୍ୟବହୃତ କରାଯାଉଥିବା ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ କୁଡୁମୁଲୁଗୁମ୍ମା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଗଣ୍ଡଙ୍କ ନେତୃତ୍ବରେ ଦଶମ ଶ୍ରେଣୀର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଅତି ନିକଟରୁ ଦେଖିବା ସହ ଉକ୍ତ ଅସ୍ତ୍ରଶସ୍ତ୍ର ଗୁଡ଼ିକର କାର୍ଯ୍ୟଦକ୍ଷତାର ସବିଶେଷ ତଥ୍ୟ ବିଷୟରେ ଅବଗତ ହୋଇଥିଲେ । ପିଲାମାନେ ଜିଜ୍ଞାସା ଓ କୌତୁହଳ ବଶତଃ ବିଏସଏଫର ଆସିଷ୍ଟାଣ୍ଡ ଅଧିକାରୀ ଅମିତ କୁମାରଙ୍କୁ, ବିଏସଏଫ ର ଗଠନ, ଏହାର କର୍ତ୍ତବ୍ୟ ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ବିଭିନ୍ନ ପ୍ରଶ୍ନ ଛାତ୍ରଛାତ୍ରୀ ମାନେ ପଚାରିଥିଲେ ବେଳେ ଯାହାର ସଠିକ ଉତ୍ତର ମଧ୍ୟ ପାଇଥିଲେ । ଏହାପରେ ବିଏସଏଫ ର ଗଠନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚାଲିଥିବା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ଏକ ଲଘୁ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଭୂପତି ବାଚାର, ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର, ଅଙ୍କିତା ବାୱାଲ, ବିଏସଏଫ ହେଡ୍ କନଷ୍ଟେବଳ ସରୋଜ କୁମାର ରଥ ଓ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଗଣ୍ଡ କହିଛନ୍ତି ଯେ ଏଭଳି ପ୍ରଦର୍ଶନୀ ଦ୍ଵାରା ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ ସହିତ ଅଦମ୍ୟ ସାହସ ସୃଷ୍ଟି ହୋଇପାରିବ, ଯାହା ଫଳରେ ସମସ୍ତଙ୍କ ମନରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ ହୋଇପାରିବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.