ଜୋନାଲ ସ୍ତରୀୟ ଖେଳ ପ୍ରତିଯୋଗିତା ।

0 241

କୋଦଳା,୧୮/୧୨(ପିପିଟି): ବେଗୁନିଆପଡା ବ୍ଲକ ବାପୁଜୀ ଷ୍ଟାଡିୟମ ପରିସରରେ ପୁରୁଷୋତ୍ତମପୁର,ଖଲିକୋଟ ଓ ବେଗୁନିଆପଡା ବ୍ଲକର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷ୍ୟା ନିରୀକ୍ଷକ ଭାଗିରଥି ସ୍ୱାଇଁଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ସମ୍ମାନନୀୟା ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ଅଧ୍ୟକ୍ଷା ରେଣୁ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ, କଲ୍ୟାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ତିନିଗୋଟି ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ ୫୫ ଜନ କ୍ରୀଡା ନିରୀକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !ଏହି ପ୍ରତଯୋଗୀତାରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁପର ସିନିଅର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.