ରାଜସୁନାଖଳା,୦୯/୧୨(ପିପିଟି): ଖୋର୍ଦ୍ଧା-ବଲାଙ୍ଗୀର କୁ ସଂଯୋଗ କରୁଥିବା ରେଳ ଷ୍ଟେସନ ରାଜ ସୁନାଖଳା ଠାରେ ଥିବା ରେଳ ଷ୍ଟେସନଟି ଏକ ବ୍ୟବସାୟ କ୍ଷେତ୍ରର ପେଣ୍ଠ ସ୍ଥଳୀ ଭାବରେ ବହୁ ସୁନାମ ଅର୍ଜନ କରିଛି । କିନ୍ତୁ ଦୁଃଖର ବିଷୟ ଯେ ଏହି ରେଳ ଷ୍ଟେସନ ଦେଇ ଯାଉଥିବା ସମସ୍ତ ରେଳ ଗାଡ଼ି ଅଥବା ଯାତାୟତ କରୁଥିବା ଯାତ୍ରୀ ଓ ଅପେକ୍ଷା ରେ ରହିଥିବାଯାତ୍ରୀ ମାନଙ୍କ ନିମନ୍ତେ ପିଇବା ପାଣି ସମସ୍ୟା,ଯାତ୍ରୀ ଅପେକ୍ଷା ଗାର,ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଅଚଳ ଅବସ୍ଥାରେ ଅଛି । ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ଯାତାୟତ ଯାତ୍ରୀମାନଙ୍କ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସୂଚନା ମିଳିଛି । ଏହି ସମସ୍ୟାର ସମାଧାନ ଲାଗି ଗୁରୁତ୍ବ ଦେବାକୁ ଅନୁରୋଧ ସ୍ଥାନୀୟ ଲୋକଙ୍କ ଠାରୁ ଯାତାୟତ ଯାତ୍ରୀମାନଙ୍କ ଠାରୁ ରେଳ ବିଭାଗକୁ ଦୁଃଖର ସହ ଜଣାଉଛନ୍ତି । ଏହି ରେଳ ଷ୍ଟେସନରେ ଅଦ୍ୟାବଧି ଦୁଇ ରୁ ତିନି ଜଣ ଷ୍ଟେସନ ମାଷ୍ଟର ଯୋଗ ଦେଇ ସାରିଲେଣି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଭାବରେ ଏ ବିଷୟର ଗୁରୁତ୍ୱ ପୂର୍ଣ୍ଣ ଭାବେ ସ୍ଥିତି ଅନୁଧ୍ୟାନ କରି ସମାଧାନ କରିବା ନିମନ୍ତେ ପ୍ରୟାସ କରା ଯାଇ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ରେଳ ବିଭାଗର ମୁଖ୍ୟ ପ୍ରବନ୍ଧକ ଭୁବନେଶ୍ୱର ,ରେଳ ଷ୍ଟେସନ ମାଷ୍ଟର ଏହି ସମସ୍ୟାର ସମାଧାନ କରିଦେଲେ ଯାତାୟତ ଯାତ୍ରୀମାନଙ୍କ ସହିତ ଅପେକ୍ଷା କରୁଥିବା ଯାତ୍ରୀ ମାନଙ୍କ ଆଗ୍ରହ ବଢିବ ବୋଲି ଆଶା ପ୍ରକାଶ ପାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)