ମାଲକାନଗିରି,୦୮/୧୨(ପିପିଟି): ମାଲକାନଗିରି ସଦର ମହକୁମାର ଏକ ପରିତ୍ଯକ୍ତ ଘରେ ସେକ୍ସ କାରବାର ସୂଚନା ପାଇ ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିବା ଜଣାପଡିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗିରି ପୋଲିସ କୁମୁଟିଗୁଡା ନିକଟସ୍ଥ ଅନ୍ନପୂର୍ଣ୍ଣା ରାଇମିଲ୍ ନିକଟସ୍ଥ ଏକ ଭଡା ଘରେ ଦେହ ବ୍ଯବସାୟ ଚାଲିଥିଲା ବେଳେ ଅଚାନକ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ୩ ଜଣ ହେଲେ ଶର୍ମିଳା ଚକ୍ରବର୍ତ୍ତୀ, ରାକେଶ ବାଲା ଓ ଦୀପକ ଗାନ୍ଧୀ। ରାଣୀ ମହୁମାଛି ଜଣକ ମାଲକାନଗିରି ନିକଟସ୍ଥ ଏମଭି-୭ ଅଞ୍ଚଳର ହୋଇଥିବା ବେଳେ ରାକେଶ ବାଲା ଏବଂ ଦୀପକ ଗାନ୍ଧୀ ସୁକୁମା ଅଞ୍ଚଳର ବୋଲି ଜଣା ପଡିଛି। ସେମାନଙ୍କ ଠାରୁ ୧୦,୫୦୦ ଟଙ୍କା ଜବତ କରାଯାଇଛି। ଉକ୍ତ ୩ ଜଣାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)