ବିଜୟ ଉତ୍ସବ ପାଳିଲେ ମାଲକାନଗିରି ଆପ୍ କର୍ମୀ ।

0 394

ମାଲକାନଗିରି,୦୭/୧୨(ପିପିଟି):ଆଜି ସନ୍ଧ୍ୟା ୬ ଘଟିକl ସମୟରେ ହୋଟେଲ କ୍ଯୁ ନାଇନ୍ ଠାରେ ଆମ ଆଦମୀ ପାର୍ଟି,ଦିଲ୍ଲୀ ଏମସିଡିର ବିଜୟ ଉପଲକ୍ଷେ ମାଲକାନଗିରି ଜିଲ୍ଲରେ ବିଜୟ ଉତ୍ସବ ପାଳନ କରାଯାଉଅଛି । ଗତ ୧୫ ବର୍ଷ ବିଜେପି ଅଧୀନରେ ଏମସିଡି ଥିଲା।ବଜେପିର ନକରାତ୍ମକ ପ୍ରଚାର ବିଫଳ ହୋଇଯାଇଛି ।୨୫୦ ଆସନରୁ ୧୩୪ ଆସନରେ ଆମ ଆଦମୀ ପାର୍ଟି ବିଜୟ ଲାଭ କରିଛି । ଜନତା କେଜ୍ରିୱାଲଙ୍କ କାମର ରାଜନୀତିକୁ ସମର୍ଥନ କରିଛନ୍ତି । ଏହି ବିଜୟ ଉତ୍ସବରେ ଆମ ଆଦମୀ ପାର୍ଟି, ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶିରାଜୁ ଅଚାରୀଙ୍କ ନେତୃତ୍ୱରେ ହୋଟେଲ କ୍ୟୁ ନାଇନ୍ ଠାରେ ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲା ରେ ମଧ୍ୟ ଆନନ୍ଦ ଉଲ୍ଲାସ ସହ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଓ ଆପର ସକ୍ରିୟ କର୍ମୀ ରବିନ୍ଦ୍ର ନାଥ ମାଢି, ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ, ରାମମୂର୍ତ୍ତି କିର୍ଷାନୀ,ସମୀର ବୈରାଗୀ,ବିଜୁଳି ସରକାର, ଜିତେନ୍ଦ୍ର ନାୟକ, ହରିପଦ ରାଏ, ବୁଦ୍ଧ ଦେବ କିର୍ଷାନୀ,କୃଷ୍ଣ ନାୟକ ଅନ୍ୟାନ୍ୟ ଆପ୍ କର୍ମୀମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.