ବେଲଗୁଣ୍ଠା,୩୦/୧୧(ପିପିଟି): ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ସାଧନ ଦିବ୍ୟାଙ୍ଗ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦ୍ଘାଟକ ରୂପେ ରୋଶନ୍ କୁମାର ଶତପଥୀ ଯୋଗ ଦେଇ ଗୋଷ୍ଠୀ ସାଧନ ଦିବ୍ୟାଙ୍ଗ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କୁ ହ୍ୱିଲ୍ ଚେୟାର୍, ସ୍ଵତନ୍ତ୍ର ଚେୟାର୍,ଆଶାବାଡି ଏବଂ ଏମ୍ଆର୍ କିଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ବିଆରସିସି ସବିତା କୁମାରୀ ମଲ୍ଲିକ,ବିଆରଟି ଚନ୍ଦ୍ରକାନ୍ତି ସୁନ୍ଦରା,ଭଞ୍ଜନଗର ବିଆରଟି ଅନୀଲ୍ କୁମାର ମୁଦୁଲି, ସିଆରସିସି ପ୍ରଶାନ୍ତ କୁମାର ପଟ୍ଟନାୟକ,ନୀଳକଣ୍ଠ ନନ୍ଦ,ପବିତ୍ର ମୋହନ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭୁନନ୍ଦନ ପଟ୍ଟନାୟକ,ଶରତଚନ୍ଦ୍ର ରଥ,ତୁଷାର କାନ୍ତି ଆଚାରୀ, ଅମିତ୍ କୁମାର ଭୋଳ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଦିବ୍ୟାଙ୍ଗ ଏବଂ ସେମାନଙ୍କ ଅଭିଭାବକ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )