କୋଦଳା,୨୨/୧୧(ପିପିଟି):ନୀଟ ପ୍ରବେଶିକା ପରୀକ୍ଷାରେ ୭୨୦ ରୁ ୭୦୦ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଗୁନିଆପଡା ବ୍ଲକ ମର୍ଦ୍ଦକୋଟ ଗ୍ରାମର ସ୍ବର୍ଗତ ଭାଗିରଥି ଜେନାଙ୍କ ପୁତ୍ର ସୌମ୍ୟ ରଞ୍ଜନ ଜେନାଙ୍କୁ କାଳିମେଘି ପଞ୍ଚାୟତର ବିପଦର ବନ୍ଧୁ ଓଡିଶା, କାଳିମେଘି ଶାଖା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରତ୍ୟେକ ଅସହାୟ, ନିରୀହ, ଗରିବଙ୍କୁ ସହଯୋଗର ହାତ ବଢ଼ାଉଥିବା ଏହି ଅନୁଷ୍ଠାନ ଏମିତି ଅନେକ କାର୍ଯ୍ୟକ୍ରମ କରି ପ୍ରସଂଶା ସାଉଁଟିଛି । କାଳୀମେଘି ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ସମାଜ ସେବି ମହେଶ୍ୱର ବରାଡ଼, ବିଶ୍ୱମିତ୍ର ତ୍ରିପାଠୀ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ମେଧାବୀ ଙ୍କୁ ସମ୍ମାନ ପତ୍ର ସହିତ ନଗଦ ରାଶି ୩ ହଜାର ପ୍ରଦାନ କରିଥିଲେ ।ଏହି ସମ୍ବର୍ଦ୍ଧନା ଉତ୍ସବ ହେବା ଦ୍ୱାରା ବିଦ୍ୟାଳୟ ଛାତ୍ର, ଛାତ୍ରୀ ମାନଙ୍କ ମନରେ ଶିକ୍ଷ୍ୟା ପ୍ରତି ଆକୃଷ୍ଟ ହେବେ ଏବଂ ଏମିତି ଅନେକ ଛାତ୍ର ଛାତ୍ରୀ ମେଧାବୀ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )