ମାଲକାନଗିରି,୨୦/୧୧(ପିପିଟି): ଗତ ଶନିବାର ଦିନ ମାନ୍ଯମ କୋଣ୍ଡା ଠାରେ ବଡ ଯାତ୍ରା ଉପଲକ୍ଷେ ଏକ କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି। ଚଳିତ ବର୍ଷ ମୁତ୍ଯାଲାମ୍ମା ଙ୍କ ପବତ୍ର ବଡ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳତ କରିବା ପାଇଁ ବଡଯାତ୍ରା କମିଟିର କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ହରି ଗଲେରୀ, ଉପ ସଭାପତି ଭାବେ ଇର୍ମା କୱାସି, ସାଧାରଣ ସଂପାଦକ ଭାବେ ଦେବା ମାଡକାମୀ,କାର୍ଯ୍ଯକାରୀ ସଂପାଦକ ଭାବେ ଏ ଗୋବିନ୍ଦ ରାଓ, ସଂଗଠନ ସଂପାଦକ ଭାବେ ଗୁପ୍ତ ଚାଲାଣ ଏବଂ ସୋନୁ ଅନୁଗ, କୋଷାଧ୍ୟକ୍ଷ ଭାବେ କୁମାର ବଡ ନାୟକ ଏବଂ ପରିଚାଳକ ଭାବେ ଆଇନଜୀବୀ ରବିନ୍ଦ୍ରନାଥ ମାଢ଼ି ମନୋନୀତ ହେଇଥିଲେ। ସେହିପରି ବଡଯାତ୍ରା କମିଟିର ଉପଦେଷ୍ଟା ଭାବେ ସଂସଦ ରମେଶ ଚନ୍ଦ୍ର ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୋମାରୀ ଟାଙ୍ଗୁଲୁ,ପୂର୍ବତନ ବିଧାୟକ ମାନସ ମାଡକାମୀ, ପୂର୍ବତନ ବିଧାୟକ ମକୁନ୍ଦ ସୋଡି, ପୂର୍ବତନ ଜିଲ୍ଲାପରିଷଦ ସଭାପତି ଦଶରଥ ପଡିଆମୀ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ଆଡମା ରାବା, ଆଦିବାସୀ ମହାସଂଘ ସଭାପତି ଘନଶ୍ୟାମ ମାଡକାମୀ, ପୂର୍ବତନ ଆଦିବାସୀ ମହାସଂଘ ସଭାପତି ଘେନୁ ମୁଦୁଲି, କୋୟା ସମାଜ ସଭାପତି ମୁକୁନ୍ଦ ପଡିଆମୀ, ପୂର୍ବତନ କାଲିମେଳା ବ୍ଲକ ଅଧ୍ଯକ୍ଷ ମାଲା ମାଢ଼ି,ଡଃ.କାମରାଜ କୱାସୀ, ନାଟଗୁରୁ ସଂଘ ସଂପାଦକ ଧନୁର୍ଯ୍ୟୟ ହନ୍ତାଳ, ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ଆଦିବାସୀ ସଂସ୍କୃତି ଗବେଷକ ତଥା ଇଣ୍ଡିଆନ୍ ରିପୋର୍ଟରସ୍ ଆସୋସିଏସନ ମାଲକାନଗିରି ଜିଲ୍ଲା ଶାଖା ସଭାପତି କେଶବ ଚନ୍ଦ୍ର ନାୟକ ପ୍ରମୁଖ ମନୋନୀତ ହେଇଥିଲେ। ଆୟୋଜିତ ବୈଠକ ରେ ଆଦିବାସୀ ମହାସଂଘର ସଭାପତି ଘନଶ୍ୟାମ ମାଡକାମୀ ପୌରହିତ୍ୟ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ କାମରାଜ କୱାସୀ, ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ପୂର୍ବତନ କାଲିମେଳା ବ୍ଲକ ଅଧ୍ଯକ୍ଷ ମାଲା ମାଢ଼ି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଆଇନଜୀବୀ ରବିନ୍ଦ୍ରନାଥ ମାଢ଼ି ମଞ୍ଚ ପରିଚାଳନା କରିଥିଲେ।କରିଥିଲେ। ଆଦିବାସୀ ମହାସଂଘ ର ସଭାପତି ଘନଶ୍ୟାମ ମାଡକାମୀ କହିଲେ ଯେ, ଆଦିବାସୀ ପରମ୍ପରା ଏବଂ ସଂସ୍କୃତି ଧୀରେ ଧୀରେ ଅବକ୍ଷୟ ଆଡକୁ ଗତି କରୁଛି। ଏହାକୁ ଅକ୍ଷୁର୍ଣ୍ଣ ରଖିବା ସମସ୍ତ ଆଦିବାସୀ ଗୋଷ୍ଠୀଙ୍କର ଗୁରୁ ଦାୟିତ୍ୱ ରହଛି। ଏଥି ପାଇଁ ସମସ୍ତ ଶିରା, ଦିସାରୀ,ପୂଜାରୀ , ପେଦାମାନଙ୍କୁ ଅଧିକ ରୁ ଅଧିକ ସାମିଲ କରିବାକୁ ପଡିବ। ଏହା ବ୍ଯତୀତ ଡଃ କାମରାଜ କୱାସୀ ମୁତ୍ଯାଲାମ୍ମା (ବଡେ ଆୟା) କାନାମ୍ ରାଜୁ, ପୋତରାଜୁ, ବାଲା ରାଜୁଙ୍କ ଐତିହାସିକ ପୃଷ୍ଠ ଭୂମି ଉପରେ ଆଲୋକପାତ କରିଥିଲେ। ଏହି ବଡ ଯାତ୍ରା ଏକ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ଯବେଶିତ ଥିବା ବେଳେ ଏହାକୁ କିଛି ନ୍ଯସ୍ତ ସ୍ବାର୍ଥ ଗୋଷ୍ଠୀ ଭିନ୍ନ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ଦୁଇ ଶହ ଲୋକ ଯୋଗଦାନ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)