ଗ୍ରାମାଞ୍ଚଳରେ ବହୁ ଆଡମ୍ବର ରେ଼ ପାଳିତ ହେଉ ଅଛି ଗଜଲକ୍ଷ୍ମୀ ପୂଜା।

0 266

ବୋଲଗଡ଼,୧୧/୧୦:(ପିପିଟି) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଗ୍ରାମାଞ୍ଚଳରେ ଯଥା- ଧଳାପଥର, କୋଦବେରେଣୀ, ଗେଡିଆପଲ୍ଲୀ,ବାଙ୍କୋଇ,ବୋଲଗଡ,ଜରିପଡା,ଭିମପଡାରେ ସ୍ତାୟୀ ପୂଜାମଣ୍ଡପ ଗୁଡିକରେ ଧୁମ୍ ଧାମ ରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉ ଅଛି। କୁମାର ପୂର୍ଣ୍ଣିମା ଆରମ୍ଭରୁ ପାଞ୍ଚ ଦିନଧରି ପାଳିତ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଧୁମ୍ ଧାମରେ ଚାଲିଛି ପବିତ୍ର ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଲାଭ କରିଥିବା ବେଳେ ତା ତୁଳନାରେ ଖୋର୍ଦ୍ଧା ଜିଲ୍ଳା ବୋଲଗଡ଼ର ଗ୍ରାମାଞ୍ଚଳରେ କିଛି କମ୍ ନୁହେ। ବିଭିନ୍ନ ପୂଜାମଣ୍ଡପରେ ସୁନ୍ଦର ଗଜଲକ୍ଷ୍ମୀ ମୁର୍ତ୍ତି ସହିତ ସୁସଜ୍ଜିତ ତୋରଣ, ଲାଇଟ ସାଜସଜ୍ଜାରେ ମା ଗଜଲକ୍ଷ୍ମୀଙ୍କର ପୂଜାର୍ଚନା ଚାଲିଅଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.