ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ,୨୫୪ ଅଭିଯୋଗ ଶୁଣିଲେ, ରେଡ଼କ୍ରସ ପାଣ୍ଠିରୁ ୫୩ହଜାର ଦେଲେ ।

0 245

ଶେରଗଡ,୧୦/୧୦; ଶେରଗଡ଼ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ସୋମବାର ଦିନ ବ୍ଲକ ଗୋଦାମ ଘର ପରିସର ରେ ଅନୁଷ୍ଟିତ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାଏ ,ପ୍ରବବୋସନ ଆଇଏସ ଧିନେ ଦସ୍ତାଗିରି ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ଯୋଗ ଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଅଭିଯୋଗ ଶୁଣିଥିଲେ। ଜିଲ୍ଲାର ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ ଓ ବିଡ଼ିଓ ଶିବାସିସି ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶୁଣାଣି ଜିଲାପାଳଙ୍କୁ ଭେଟି ଅଭିଯୋଗ ଦେବା ପାଇଁ ବହୁତ ହିତାଧିକାରୀଙ୍କ ଭିଡ଼ ଜମିଥିଲା। ଏପରିକି ଲମ୍ବା ଲାଇନ ଲାଗିଥିଲା। ପଶୁ ଚିକିତ୍ସାରେ ଅଵହେଳା ଓ ପଶୁ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅସୁବିଧା ହେଉଥିବା ମହୁପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ଧ୍ରୁଵ ନାୟକ ଅଭିଯୋଗ କରିଥିଲେ। ବନ୍ଦ ହୋଇଥିବା କମଳାଦେଇପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ପୁଣି ଖୋଲିବା ଓ ବି.ବ୍ରହ୍ମପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ଶିବାଜୀ ବିଷୋୟୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।ଅଭିଯୋଗ ମଧ୍ୟରେ ୭ଟି ଆର୍ଥିକ ସହାୟତା ପାଇଁ ଅଭିଯୋଗ ଥିବାବେଳେ ମୋଟ ୫୩ହଜାର ଚେକ ଆକାରରେ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ। ଚିକିତ୍ସା ସହାୟତା ଭାବେ ସୋନାଲି ସାମଲଙ୍କୁ ୨୦ହଜାର,ପ୍ରଫୁଲ ସାମଲଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି।ନରେନ୍ଦ୍ରପୁର ପଞ୍ଚାୟତର ଜଗା ବିଶ୍ବାଳକୁ ଚିକିତ୍ସା ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଦୁଇ ଜଣ ଭିନ୍ନକ୍ଷମ ଶିଶୁ ଜିଲ୍ଲାପାଳ ନିଜେ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ନୂଆଁ କରି ମୋଟ ୧୨ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ କରିଥିଲେ।୨୫୪ ଟି ଅଭିଯୋଗ ମଧ୍ୟରେ ରାସନ କାର୍ଡ ପାଇଁ ୩୦ଜଣ,ଚିକିତ୍ସା ସହାୟତା ପାଇଁ ୧୦ ଜଣ,ବିଦ୍ୟୁତ ସମାଧାନ ପାଇଁ ଜଣେ,ଟ୍ରାଇ ସାଇକେଲ ପାଇଁ ୨ଜଣ,ତାଲିମ ପାଇଁ ୫୦ଜଣ, ଅନ୍ୟାନ୍ୟ ବ୍ୟକ୍ତିଗତ ସମାସ୍ୟା ପାଇଁ ୧୫୦ ଥିବାବେଳେ ,ସାମୁହିକ ସମାସ୍ୟା ପାଇଁ ୧୦ଟି ଅଭିଯୋଗ ଥିଲା।ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଏକ ବର୍ଷ ପରେ ପଡ଼ିଥିବାରୁ ବହୁ ବ୍ୟକ୍ତି ଓ ସଂପର୍କୀୟ ମାନେ ରୁଣ୍ଢ ହୋଇ ଅଭିଯୋଗ ପ୍ରଦାନ କରିଥିଲେ।ସହାୟତା ପାଣ୍ଠି ,କିଛି ଅଭିଯୋଗକୁ ଘଟଣା ସ୍ଥଳରେ ସମାଧାନ କରିଥିବା ବେଳେ ବଳକା ଅଭିଯୋଗକୁ ସମ୍ପୁକ୍ତ ବିଭାଗକୁ ପଠାଇ ଦେଇଛନ୍ତି ବୋଲି ଅଭିଯୋଗ ଶୁଣାଣି ଦାୟତ୍ବରେ ଥିବା ସୂଚିସ୍ମିତା ମାଝୀ କହିଛନ୍ତି। ଉକ୍ତ ଅଭିଯୋଗ ଶୁଣାନୀରେ ଜିଲ୍ଲା ଫିସରି ଅଧକାରୀ ନିମାଇଁ ଚରଣ ବସ୍ତିଆ, ଜମି ସଂନ୍ଥାପନା ଅଧିକାରୀ ଅଶୋକ କୁମାର ପଣ୍ଡା,ଉପଖଣ୍ଡ ଯୋଗାଣ ଅଧିକାରୀ ସକଲେଶ୍ବର ଦାସ, ଜିଲ୍ଲା ବେଲଫେୟାର ଅଧିକାରୀ ପରିକ୍ଷିତ ଦାଶ,ଅଧିକ୍ଷଣ ଯନ୍ତ୍ରୀ ଜଳ ଯୋଗାଣ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଇନ୍ଦ୍ର ଜିତ ସିଂ ,ଅଧିକ୍ଷଣ ଯନ୍ତ୍ରୀ କୋଠା ରାସ୍ତା ବାଡ଼ି ବି .ସିଏଚ ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧକାରୀ ପବିତ୍ର ମୋହନ ସାହୁ, ଏସଡିଓ ଜଳସେଚନ ଶିବରାମ ବେହେରା, ସହକାରୀ ଯନ୍ତ୍ରୀ ଜଳସେଚନ ମଧୁସୂଦନ ଦଶ,ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ,,ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲା ସମାଜମଙ୍ଗଲ ଅଧିକାରୀ ଶୁଭଶ୍ରୀ ପାତ୍ର,ସିଡିପିଓ ଗୀତାଞ୍ଜଳୀ ରାଉଳ,ନିର୍ବାହୀ ଯନ୍ତ୍ରୀ ଆଦିନାରାୟନ ମିଶ୍ର, ଏସଡିପିଓ ଆସିକା ଉମାକାନ୍ତ ସିଂ, ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା,ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ କେଦାର ନାଥ ପଣ୍ଡା,ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ବରୁଣ ପୋଲାଇ ସରୋଜ ପାତ୍ର ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )

Leave A Reply

Your email address will not be published.