କେନ୍ଦୁଗୁଡା ଗ୍ରାମକୁ ରାସ୍ତା ନଥିବାରୁ ହଟ୍ଟ ହଟ୍ଟା ।

0 231

ମାଲକାନଗିରି,୦୯/୧୦(ପିପିଟି):ସେରପଲ୍ଲୀ ଗ୍ରାମ ପଞ୍ଚାୟତର କେନ୍ଦୁଗୁଡା ଗ୍ରାମ ବହୁ ପୁରୁଣା ଗ୍ରାମ, ଯେଉଁଠି ପ୍ରାୟ ୩୦ ଗୋଟି ପରିବାର ଅଛନ୍ତି । ଏହି ଗ୍ରାମକୁ ଯିବା ପାଇଁ ଟାଙ୍ଗିନିତଙ୍ଗ ଗ୍ରାମରୁ ଯିବାକୁ ପଡିଥାଏ । ଟାଙ୍ଗିନିତଙ୍ଗରୁ କେନ୍ଦୁଗୁଡା ପ୍ରାୟ ୨ କିମି ରାସ୍ତାl ଦୀର୍ଘ ଦିନରୁ ଏହି ଗ୍ରାମବାସୀ ଚଲାପଥ ବାଟ ଦେଇ ଯାତାୟାତ କରନ୍ତି । ଗାଁ କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନାହିଁ । ବର୍ଷ ଦିନ ଆସିଲେ ଜମି ଓ ଝରଣା ପାଣିରେ କେନ୍ଦୁଗୁଡା କୁ ସଂଯୋଗ କରୁଥିବା ଚଲା ପଥ ଟି ଜଳ ସ୍ରୋତରେ ଧୋଇ କ୍ଷୟ ହୋଇଯାଏ । ଏହି ଗ୍ରାମରେ ବିଦ୍ଯାଳୟ ନଥିବାରୁ ଛାତ୍ର ଛାତ୍ରୀମାନେ ଟାଙ୍ଗିନିତଙ୍ଗ ଗ୍ରାମର ବିଦ୍ୟାଳୟକୁ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ । ଜଳ ସ୍ରୋତ ବୃଦ୍ଧି ପାଇଲେ ଦୁଇଟି କାଠ ଦଣ୍ଡା ପକାଇ ବିପଦ ସଂକୁଳ ଅବସ୍ଥାରେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀମାନେ ଯାତାୟାତ କରିଥାନ୍ତି । ବୁହୁ ବାର ସ୍ଥାନୀୟ ସରପଞ୍ଚ ଏବଂ ମାଲକାନଗିରି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାସ୍ତାଟିଏ ହେଉ ନାହିଁ କି କଲଭର୍ଟ ଖଣ୍ଡେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁ ନାହିଁ । ଏହି ଘଟଣା ଦେଖି ସେରପଲ୍ଲୀ ଗ୍ରାମ ପଞ୍ଚାୟତର କିଛି ଆମ ଆଦମୀ ପାର୍ଟିର ସକ୍ରିୟା କର୍ମୀ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ. ଦେଶୀରଜୁ ଅଚାରୀଙ୍କୁ ଜଣାଇ ଥିଲେ । ତୁରନ୍ତ ସଭାପତି ଏହି ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରି ନିଜେ ସେହି ବିପଦ ସଂକୁଳ ରାସ୍ତା ଦେଖି ଆସି ଥିଲେ । ବିଜେଡି ସରକାରର ୨୨ ବର୍ଷ ଭିତରେ ଲୋକଙ୍କ ମୌଳିକ ସମସ୍ୟା ରାସ୍ତା ପରି ଛୋଟ ଛୋଟ ସମସ୍ୟାର ସମାଧାନନ କରିବା ନିନ୍ଦନୀୟ ଘଟଣା ବୋଲି କହିଥିଲେ । ଏହି ବିଷୟ ରେଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁଙ୍କ ସହ ସମ୍ପର୍କ କରି ଏହି ଗ୍ରାମର ରାସ୍ତା ବିଷୟରେ ଅବଗତ କରିଥିଲେ । ତୁରନ୍ତ ଏହି ରାସ୍ତା କାମ କରିବେ ବୋଲି କହିଥିଲେ ପିଡି ବାଳମୁକୁନ୍ଦ ଭୂୟାଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.