ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଫାର୍ମାସିଷ୍ଟିଙ୍କ ଦୁର୍ବ୍ୟବହାର: ଭିଡ଼ିଓ ଭାଇରାଲ ।

0 265

ମାଲକାନଗିରି,୦୮/୧୦(ପିପିଟି): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ମହିଳା ( ଫାର୍ମାସିଷ୍ଟ ) ମେଡିକାଲ କୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାରୁ ଜଣାପଡିଛି ଯେ, ମାଲକାନଗିରି ମୁନିସପାଲଟିର ପୂର୍ବତନ କାଉନସିଲର ବାଲାରାଜୁ ଜଣେ ସମ୍ପର୍କିୟ ସହ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟକୁ ଯାଇଥିଲେ । ଏହି ସମୟରେ ସେଠାରେଥିବା ଜଣେ ମହିଳା ଫାର୍ମାସିଷ୍ଟ ପ୍ରାଚୀ ବେହେରଙ୍କ ସହ ତାଙ୍କର କୌଣସି କାରଣରୁ ବଚସା ହୋଇଥିଲା । ପରେ ମହିଳା ଫାର୍ମାସିଷ୍ଟ ଜଣକ ସେଠାରେ ହାଇ ଭୋଲ୍ଟେଜ ଦୁର୍ବ୍ୟବହାର କରିଥିବା ସହ ବାଷ୍ଟାର୍ଡ ବୋଲି ବାଲା ରାଜୁଙ୍କୁ ଚିତ୍କାର କରି ଗାଳି ଗୁଲଜ କରିବା ସହ ଗେଟ୍ ଆଉଟ୍ କରିଥିଲେ। ଯଦି ରୋଗୀ ସେବା କରିବା ପାଇଁ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ଯ ବିଭାଗର କର୍ମଚାରୀଙ୍କ ଜନସାଧାରଣଙ୍କ ପ୍ରତି ଦୁର୍ବ୍ଯବହାର କରାଯିବ, ତେବେ ମୋ ସରକରୀ ଫଳକ କାନ୍ଥ ବାଡରେ ଜୁଲାଇ ଲାଭ କଣ ?ବର୍ତ୍ତମାନ ମହିଳା ଫର୍ମାସିଷ୍ଟ ଜଣକ କିପରି ଜଣେ ପୂର୍ବତନ କାଉନସିଲରଙ୍କୁ କ୍ରୋଧାନ୍ମିତ ହୋଇ କର୍କଶ କଣ୍ଠରେ ଧମକ ଦେଉଛନ୍ତି, ଏହି ଭିଡିଓ ଟି ଏ ମୋବାଇଲ ରୁ ସେ ମୋବାଇଲ କୁଭାଇରାଲ ହେବାରେ ଲାଗିଛି । ତେବେ ଏ ସମ୍ବନ୍ଧରେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.