ଶାରଳା ବସ ଦୁର୍ଘଟଣାଗ୍ରସ୍ତ; ବର୍ତ୍ତିଲେ ସମସ୍ତ ଯାତ୍ରୀ ।

0 324

ଭଞ୍ଜନଗର,୨୯/୦୯(ପିପିଟି): ବୁଧବାର ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲି ଛକ ରାସ୍ତା କଡରେ ଥିବା ଏକ ପାଚେରୀକୁ ଘରୋଇ ଯାତ୍ରୀବାହୀ ବସ ଶାରଳା ଧକ୍କା ଦେବା ଫଳରେ ବାମ ପାର୍ଶ୍ଵରେ ବସିଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱର ଠାରୁ ଦାରିଙ୍ଗବାଡ଼ି ଯାଉଥିବା ଏହି ବସ ନଂ ଓଡ଼ି ୦୨-ବିଏ ୪୧୯୯ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ରାସ୍ତାକୁ ଲାଗିଥିବା ପାଚେରୀକୁ ଧକ୍କା ଦେଇଥିଲା। ଗାଡିଟିର ସାମ୍ନାଭାଗ ଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। ହେଲେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି। ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ଫେରାର ହୋଇ ଯାଇଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.