ଗୋଟିଏ ବନ୍ଧ ଦୁଇଟି ନାମ: ମନରେଗା କାର୍ଯ୍ଯରେ ଦୁର୍ନୀତି; ହାଇକୋର୍ଟରେ ମାମଲା ।

0 12,772

କବିସୂର୍ଯ୍ୟନଗର,୨୯/୦୯(ପିପିଟି):ଗୋଟିଏ ବନ୍ଧ ଦୁଇଟି ନାମ, ମନରେଗା କାର୍ଯ୍ଯରେ ଦୁର୍ନୀତି ହୋଇଥିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ହାଇକୋର୍ଟ କେସ ନମ୍ବର CRLMP/2033/2022 ମାମଲା ହୋଇଛି ।କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପାଇକଯମୁନା ପଞ୍ଚାୟତରେ ଏହି ଦୁର୍ନୀତି ପଦାକୁ ଆସିଛି। ପାଇକଯମୁନା ପଞ୍ଚାୟତର ବଣପଲ୍ଲୀ ଗାଁରେ ୨୦୧୭ ମସିହାରେ ଗୁଡି ବନ୍ଧ ପୁନରୁଦ୍ଧାର ଓ ଉନ୍ନତିକରଣ ସହିତ ପାହାଚ ନିର୍ମାଣ କରାଯାଇଥିଲା। ଗୁଡି ବନ୍ଧ ନାମରେ ଯେଉଁ ସ୍ଥାନରେ କାର୍ଯ୍ଯ ହୋଇଛି ସେଠାରୁ ରାସ୍ତା କାର୍ଯ୍ଯ ପାଇଁ ମୋରମ ନେଇ ଏକ ଗାଢାରେ ପରିଣତ ହୋଇଯାଇଥିଲା। ସେ ଗାଢାରେ ମନରେଗା କାର୍ଯ୍ଯ ହୋଇଥିଲା। ଗୁଡି ବନ୍ଧରେ ପାହାଚ ନିର୍ମାଣ ହୋଇନାହିଁ। ଏଷ୍ଟିମେଟ ଅନୁଯାଇ କାର୍ଯ୍ଯ ହୋଇ ନାହିଁ। ବର୍ତ୍ତମାନ ଉକ୍ତ ଗୁଡି ବନ୍ଧର ନାମକୁ ପରିବର୍ତ୍ତନ କରି ବଣପଡିଆ ନାମରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୃତ ସରୋବରାହ କାର୍ଯ୍ଯ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ଯର ଅଟକଳ ମୂଲ୍ଯ ୨୦ଲକ୍ଷ ଟଙ୍କା ରହିଛି। ଅମୃତ ସରୋବରାହ ଗାଇଡ ଲାଇନ ଅନୁଯାଇ କାର୍ଯ୍ଯ ହେଉ ନାହିଁ। ବଣପଲ୍ଲୀ ଗାଁର ଗୁଡି ବନ୍ଧ ଓ ବଣପଡିଆରେ ନିର୍ମାଣ ହେଉଥିବା ଅମୃତ ସରୋବରାହ କାର୍ଯ୍ଯ କେଉଁ ଖାତା ନମ୍ବର ଓ ପ୍ଲଟ ନମ୍ବର ଉପରେ ହେଉଛି ତାର ତଦନ୍ତ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ଉଠାଇ ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଜିଲ୍ଲାପାଳ, ଗଞ୍ଜାମ ଓ ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ଶ୍ରୀ ମହାନ୍ତି କହିଛନ୍ତି ଦୁଇଟି କାର୍ଯ୍ଯ ଏଷ୍ଟିମେଟ ଓ ଗାଇଡ ଲାଇନ ଅନୁଯାଇ ହୋଇଛି କି ନାହିଁ ଏବଂ ଗୋଟିଏ ଜାଗାକୁ ଦୁଇଟି ନାମାରେ କିପରି କାର୍ଯ୍ଯ କରାଗଲା ତାର ତଦନ୍ତ କରିବା ସହିତ ଆର୍ଥିକ ଅନିୟମିତତା ଓ ଦୁର୍ନୀତିରେ ସଂପୃକ୍ତ ବିଡିଓ, ଯନ୍ତ୍ରୀ,ପିଇଓ, ଜିଆରଏସ ଓ ସରପଞ୍ଚଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନେଇ ହାଇକୋର୍ଟ ରେ ମାମଲା କରିଛନ୍ତି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଓକିଲ ସନ୍ତୋଷ କୁମାର ମହାନ୍ତି ମାମଲା ଦାୟର କରିଛନ୍ତି।

Leave A Reply

Your email address will not be published.