କୋଦଳା,୨୬/୦୯(ପିପିଟି):ସୋମବାର ସନ୍ଧ୍ୟା ୭ଘଣ୍ଟ ସମୟ ରେ କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲି ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ସଭାପତିତ୍ୱରେ କୋଦଳା ପୋଲିସର “ଆମ ପୋଲିସ ସମିତି “ବୈଠକ କୋଦଳା ରେ ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ପଞ୍ଚାୟତ ବାସୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଗ୍ରାମବାସୀଙ୍କୁ ପ୍ରଣାମ ଜଣାଇବା ସହିତ ମୁଁ ଥାନାରେ ରହିଥିବା ପର୍ଯ୍ୟନ୍ତ ଆପଣଙ୍କ ସେବାରେ ବୋଲି କହିଥିଲେ । ଯେ କୌଣସି କେଶ ହେଉନା କାହିଁକି ମୋ ଥାନାକୁ ଆସନ୍ତୁ ଆମ୍ଭେ ଆପଣଙ୍କୁ ମାଗଣା ସେବା ଯୋଗାଇଦେବୁ । କୌଣସି କେଶ ରେ କୌଣସି ବ୍ୟକ୍ତି ଟଙ୍କାଟିଏ ବି ଦିଅନ୍ତୁ ନାହିଁ ଯଦି କେହି ମାଗନ୍ତି ମୋର ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି କହିଥିଲେ । ପରେ ପରେ ସମାଜ ରେ ଘଟୁଥିବା କୁ ପ୍ରଥା ଯଥା ଗୁଣି ଗାରେଡି ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଯଦି ଏମିତି କିଛି ପରିସ୍ଥିତି ଦେଖାଯାଏ ତାହାହେଲେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ କରି ଥାନାର ଆଶ୍ରୟ ନିଅନ୍ତୁ,ଏହା ଏକ ସାମାଜିକ ବ୍ୟାଧି ଏଥିରୁ ନିବୃତ ରୁହନ୍ତୁ ନତୁବା କେଶ ହେବା ନିଶ୍ଚିତ ବୋଲି କହିଥିଲେ ତତ ସହିତ ରାସ୍ତା ଘାଟରେ ଝାଡା ଫେରିବା, ଟ୍ରାଫିକ ନିୟନ୍ତ୍ରଣ, ଜୁଆ ଖେଳରୁ ନିବୃତ ରହିବା ଏବଂ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ ଟଙ୍କା ହଡପ ହେଉଥିବାରୁ ସେଥିପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ ।ଯାହାର ଯାହା ଅସୁବିଧା ହେଉଛି ଟୋଲ ଫ୍ରି ନମ୍ବର ୧୧୨ କୁ ଡାଏଲ କରନ୍ତୁ, ପୁଲିସ ଆପଣଙ୍କ ପାଖରେ ପହଞ୍ଚିବ ବୋଲି ପରାମର୍ଶ ଦେଇଥିଲେ । ଶେଷରେ ମୁଁ ଆପଣଙ୍କ ନିକଟ ଗାଁ, ଆପଣଙ୍କ ପୁଅ, ଭାଇ ଭଳି ସହଯୋଗ କରନ୍ତୁ ଏବଂ ସହଯୋଗ ପାଆନ୍ତୁ ବୋଲି କହି ନିଜର ବକ୍ତବ୍ୟ ଶେଷ କରି ବୈଠକ ଶେଷ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସବ ଇନିସ୍ପେକ୍ଟର ମନୋରଞ୍ଜନ ପ୍ରଧାନ, ଏଏସଆଇ ଗୀତିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Next Post