ଅହିଂସା ରଥକୁ ଭଞ୍ଜନଗର ଠାରେ ବିପୁଳ ସମ୍ବର୍ଦ୍ଧନା ।

0 332

ଭଞ୍ଜନଗର,୨୫/୦୯(ପିପିଟି) : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବପୁରୁଷ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ସ୍ମରଣ କରିବା ଏବଂ ଆଗାମୀ ପିଢ଼ିଙ୍କ ନିକଟରେ ଏହା ପହଞ୍ଚାଇବା ପାଇଁ ଅହିଂସା ରଥ ହେଉଛି ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା। ବ୍ରିଟିଶଙ୍କୁ ଦେଶରୁ ହଟାଇ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ବେଶ ସଫଳ ହୋଇଥିଲା। ଅହିଂସାର ବାର୍ତ୍ତା ବହନ କରି ତୃତୀୟ ଦିବସରେ ଅହିଂସା ରଥ ରବିବାର ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ପହଞ୍ଚିବା ପରେ ଏଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର, ତହସିଲଦାର ନିହାର ରଞ୍ଜନ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ସମାଜସେବୀ ଶୁଳପାଣି ଶତପଥୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳଙ୍କ ସମେତ ବହୁ ଜନ ପ୍ରତିନିଧି, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବଂ ଅଞ୍ଚଳବାସୀ ଆଡମ୍ବର ସହକାରେ ଅହିଂସା ରଥକୁ ପାଛୋଟି ନେଇଥିଲେ। ଭଞ୍ଜନଗର ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଅନୁଷ୍ଠାନ ଦ୍ବାରା ୭୫ ମିଟର ଜାତୀୟ ପତାକା ଧରି ଏକ ରାଲି କରାଯାଇଥିଲା।ଶେଷରେ ଟାଉନ ହଲ ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.