ବାସଭବନରେ ଥିବା ବାଇକ ପୋଡ଼ିଦେଲେ ଦୁର୍ବୁତ୍ତ ।

0 653

ଭଞ୍ଜନଗର,୨୪/୦୯(ପିପିଟି): ଶୁକ୍ରବାର ବିଳମ୍ବିତ ରାତିରେ ଭଞ୍ଜନଗର ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ସରକାରୀ ବାସଭବନ ପରିସରରେ ଥିବା ଏକ ବାଇକ ଟିକୁ କେହି ଦୁର୍ବୁତ୍ତ ନିଆଁ ଲଗେଇ ପୋଡ଼ି ଦେଇଥିବା ଜଣାପଡ଼ିଛିଛି। ଏହି କେନ୍ଦ୍ରର କର୍ମଚାରୀ ଦଶରଥ ବିଷୋୟୀ ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ଘର ସାମ୍ନାରେ ନିଜ ହିରୋ ଗ୍ଲାମର ବାଇକ ନଂ ଓଡ଼ି ୩୨-ବି ୫୪୫୪କୁ ରଖିଥିଲେ।ହେଲେ ରାତି ପ୍ରାୟ ୨ଟା ହେବ କିଛି ପୋଡା ଗନ୍ଧ ହେବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେ ଉଠି କବାଟ ଖୋଲି ଦେଖିଲା ବେଳକୁ ତାଙ୍କ ବାଇକଟିରେ ନିଆଁ ଲାଗି ଜୋରରେ ଜଳୁଛି। କିଛି ଅଘଟଣ ଆଶଙ୍କା କରି ଦଶରଥ ପରିବାର ସଦସ୍ୟଙ୍କୁ ଉଠାଇ ବାଡ଼ି ପଟକୁ ଚାଲି ଯାଇଥିଲେ। କିଛି ସମୟ ପରେ ନିଆଁ ଲିଭିଯାଇଥିବା ଜାଣିପାରି ଆସି ଦେଖିଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାକୁ ନେଇ କାହା ସହିତ ତାଙ୍କର କୌଣସି ଶତ୍ରୁତା ନଥିବା ଦଶରଥ କହିଛନ୍ତି। ଫିସେରୀ କଲୋନୀଟି ସହର ଉପକଣ୍ଠ ପୁରାପୁରି ନିଛାଟିଆ ସ୍ଥାନରେ ହୋଇଥିବାରୁ ଅଧିକାଂଶ ସମୟରେ ଅପରାଧିମାନେ ନିର୍ଦ୍ୱନ୍ଦରେ ଏହି ଅଞ୍ଚଳରେ ଚଳପ୍ରଚଳ ହୋଇଥାନ୍ତି। ତେଣୁ ଏଠାରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.