ପ୍ରେମ ସମ୍ପର୍କକୁ ନେଇ ନାବାଳିକାର ଆତ୍ମହତ୍ୟା ।

0 369

ଭଞ୍ଜନଗର,୦୭/୦୯(ପିପିଟି): ତାରସିଂ ଥାନା ଅନ୍ତର୍ଗତ କନ୍ଧ ଶାରଳା ଗ୍ରାମରେ ପ୍ରେମ ସମ୍ପର୍କ ଧରା ପଡ଼ିଯିବାରୁ ଜଣେ ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସେ ହେଲେ କୈଳାସ ପ୍ରଧାନଙ୍କ ଝିଅ ରୋଜି ପ୍ରଧାନ(୧୬) । ଗତ କିଛି ଦିନ ହେଲା ରୋଜି ଜଣେ ଯୁବକର ପ୍ରେମରେ ପଡ଼ି ଯାଇଥିଲା।ବୁଧବାର ସକାଳେ ରୋଜି ନିଜ ପ୍ରେମିକ ସହ ଫୋନରେ ଲୁଚିଛପି କଥା ହେଉଥିବା ବେଳେ ଘର ଲୋକ ଏହା ଦେଖି ତା ହାତରୁ ଫୋନ ଛଡାଇ ନେବା ସହ ଗାଳିଗୁଳଜ କରିଥିଲେ ଏବଂ ଏଥିରୁ ନିବୃତ୍ତ ରହିବାକୁ ତାଗିଦ କରିଥିଲେ।ଯାହାଫଳରେ ରୋଜି ଘରକୁ ଆସି ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାଦେଖି ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବର ପାଇ ତାରସିଂ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ ନଂ ୧୭/୨୨.ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.