ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ।

0 269

ଭଞ୍ଜନଗର,୨୪/୦୮(ପିପିଟି) : ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନଦୟାଲ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ଓ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏଥି ସହିତ ଶିବିରକୁ ଆସିଥିବା ଯୁବକ ଯୁବତୀ ମାନଙ୍କ ଉଜ୍ଜ୍ୱଳ ଭାବିଷ୍ୟତ କାମନା କରିଥିଲେ । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଏକ ନିଯୁକ୍ତି ଭିର୍ତିକ କାଯ୍ୟକ୍ରମ ହୋଇଥିବା ବେଳେ ଯୁବ ଗୋଷ୍ଠୀ ମାନେ ଏଥିରେ ନାମ ପଞ୍ଜିକରଣ କରିବା ପରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ୧୮ ରୁ ୩୫ ବର୍ଷର ଯୁବକ ଯୁବତୀଙ୍କ ଲାଗି ଏହି ଯୋଜନା ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଛି। ଏଥିରେ ଯୁବ ଗୋଷ୍ଠୀ ମାନେ ଆଗେଇ ଆସି ତାଲିମ ନେବାକୁ ବ୍ଳକ ପ୍ରଶାସନ ପକ୍ଷରୁ ଆହ୍ଵାନ ଦିଆଯାଇଥିଲା। ଶିବିରରେ ପାଞ୍ଚ ଗୋଟି କାଯ୍ୟକାରୀ ସଂସ୍ଥାର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଏଥିରେ ୨୦୩ ବେକାର ଯୁବକ ଯୁବତୀ ପଞ୍ଜିକରଣ କରିଥିବା ବେଳେ ୧୧୮ ଯୁବକ ଯୁବତୀ ବିଭିନ୍ନ ସଂସ୍ଥା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଆଜି ପ୍ରଥମଦଫାରେ ୧୨ ଜଣ ବିଭିନ୍ନ ସଂସ୍ଥାକୁ ଯାଇଥିବା ଜଣାପଡ଼ିଛି । କାଯ୍ୟକ୍ରମକୁ ଏବିଡିଓ ଭୀମସେନ ବାରିକ ସଂଯୋଜନା କରିଥିଲେ। ବ୍ଳକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପ୍ରିୟଦର୍ଶନୀ ମଲ୍ଲିକ ଓ ବ୍ଳକ ବିପିଏମ ବନମାଳୀ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.