ଭଞ୍ଜନଗର,୨୩/୦୮(ପିପିଟି): ସୋରଡ଼ା ବ୍ଲକ୍ ଅନ୍ତର୍ଗତ ବଡଗଡ ଗ୍ରାମର ସ୍ବର୍ଗତ ସନ୍ତୋଷ ପ୍ରଧାନ କିଛି ଦିନ ତଳେ ସୁରଥ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ସନ୍ତୋଷଙ୍କ ମୃତ୍ୟୁ ପରେ ଘୋର ଅଭାବ ଅନାଟନରେ ଚଳୁଛନ୍ତି ପରିବାର।ବଡ଼ ଝିଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସାନ ଝିଅ ଶାରୀରିକ ବିକଳାଙ୍ଗ। ପତ୍ନୀ ସିଲେଇ କରି ଯାହା ଅର୍ଥ ରୋଜଗାର କରନ୍ତି ସେଥିରେ ପରିବାରର ୩ଜଣ ଚଳିବା କଷ୍ଟକର। ବଡ଼ ଝିଅ ତୁଳସୀ ମାଟ୍ରିକ ପରୀକ୍ଷାରେ ୭୯% ମାର୍କ ରଖି ପ୍ରଥମସ୍ଥାନ ଅଧିକାର କରି ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ଆଶା ରଖିଥିବା ବେଳେ ଅର୍ଥାଭାବରୁ ତାପକ୍ଷେ ମହାବିଦ୍ୟାଳୟ ରେ ନାମ ଲେଖାଇବା ସମ୍ଭପର ନଥିଲା।ଏହାକୁ ନେଇ ମାନସିକ ସ୍ତରରେ ଭାଙ୍ଗି ପଡିଥିଲା ତୁଳସୀ। ସେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କାରେ ଥିବା ବେଳେ ହାଠାତ୍ ତାର ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ କଥା ମନକୁ ଆସିଥିଲା ଏବଂ ସେ ସହଯୋଗ କରିବା ପାଇଁ ସଙ୍ଗଠନକୁ ଜଣାଇଥିଲା। ଏହା ପରେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ସଦସ୍ୟ ମାନେ ତାର ପାଠପଢା ପ୍ରତି ଆଗ୍ରହ ଦେଖି ସହାୟତା ଯୋଗାଇ ଦେବାକୁ ସ୍ଥିର କରିଥିଲେ। ମଙ୍ଗଳବାର ବିପଦର ବନ୍ଧୁ ସଙ୍ଗଠନର ଶାଖା ମୁଁ ବି ସ୍କୁଲ୍ ଯିବି ଅଭିଯାନ ମାଧ୍ୟମରେ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ତୁଳସୀ ରାଣୀ ପ୍ରଧାନକୁ ବଡଗଡ ବିଜୁ ପଟ୍ଟନାୟକ ବିଜ୍ଞାନ ମହାବିଦ୍ୟାଳୟରେ ନାମ ଲେଖେଇ ବାରେ ସହଯୋଗ କରିଥିଲେ। ତୁଳସୀର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ସେ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନକୁ ଧନ୍ୟବାଦ ଜଣାଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )