ପାଟଣା ପଦର ଛକରେ ଅଗ୍ନିକାଣ୍ଡ, ଗୃହ ମାଲିକ ଆହତ।

0 335

ପୋଲସରା,୨୨/୦୮(ପିପିଟି):ଆଜି ସକାଳ ୧୧ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ସ୍ଥାନୀୟ ପାଟଣାପଦର ସାହି ଛକରେ ଗୋଟିଏ ଘର ପୋଡ଼ି ଯିବା ସହିତ ଘର ମାଲିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପାଟଣାପଦର ଛକରେ ଥିବା ମାଗତି ବେହେରା ତିଆରି କରିଥିବା ମାଟି ହାଣ୍ଡି ପୋଡ଼ିବା ସମୟରେ ଗୋଟିଏ ହାଣ୍ଡି ଫାଟି ଯାଇଥିଲା। ଫଳରେ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟିଗଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା କରି ମାଗତି ବେହେରା ସିଲିଣ୍ଡର କୁ ବାହାର କରିବା ପାଇଁ ଯିବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ଫଳରେ ସେ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରିବା ସହିତ ମାଗତି ବେହେରାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ତେବେ ମାଗତି ବେହେରା ବିପଦ ମୁକ୍ତ ଥିବା ଡ଼ାକ୍ତର ମାନେ କହିଛନ୍ତି। ଏସମ୍ପର୍କରେ ସୂଚନା ପାଇବା କ୍ଷଣି ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ୭ ନମ୍ବର ୱାର୍ଡ କାଉନସିଲର ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଆହତ ମାଘତି ବେହେରାଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସାଙ୍ଗକୁ ସହାୟତାର ପ୍ରତିଶୃତି ଦେଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.