ପ୍ରସିଦ୍ଧ ପିରବାବା ମନ୍ଦିର ପୁନରୁଦ୍ଧାର ପାଇଁ ଦାବି।

0 259

ବୋଲଗଡ,୨୨/୦୮(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ କଳାଙ୍ଗ ସ୍ଥିତ ପିରବାବା ଙ୍କ ପୀଠ କାହିଁ କେଉଁ କାଳରୁ ରହିଅଛି। ହିନ୍ଦୁ ଓ ମୁସଲମାନଙ୍କର ଆରାଧ୍ୟ ଠାକୁର ଭାବେ ପ୍ରସିଦ୍ଧି ଲାଭ କରିଛି।ଭକ୍ତ ମାନଙ୍କ ମାନସିକ ପୂରଣ ହେବା ଫଳରେ ପ୍ରତେକ ଗୁରୁବାର ଦିନ ପୀଠରେ ଗହଳି ଲାଗିଥାଏ। ମାନସିକ ଭକ୍ତ ମାନେ କ୍ଷୀର ,ଫୁଲ, ଅତର ଚାଦର ଲାଗି ଆଦି କରିବା ସହିତ ମହିଳା ମାନେ ଧ୍ୟାନ କରିଥାନ୍ତି। ଫଳରେ ସମସ୍ତ ଭକ୍ତ ମାନଙ୍କର ବିଭିନ୍ନ ସମସ୍ୟା ଦୂର ହେବାର ଦୃଢ଼ ବିଶ୍ବାସ ରହିଛି।ଏହି ପୁରାତନ ପିରବାବା ପୀଠର ଉନ୍ନତି ପାଇଁ ମାଣିକାଗୋଡା ଓ କଳାଙ୍ଗ ଗ୍ରାମବାସୀ ମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ,୫ଟି ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.