ବିଡେକା ରକ୍ତଦାନ ଶିବିରରୁ ୩୫ୟୁନିଟ ରକ୍ତ ସଂଗ୍ରହ ।

0 281

ଭଞ୍ଜନଗର,୧୭/୦୮(ପିପିଟି):ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ତରଫରୁ ୭୬ତମ ସ୍ୱାଧୀନତା ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୩୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦ୍ୟୁମ୍ନ କୁମାର ପଣ୍ଡା,ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଗୌଡ,ଇଂ ଜେ.ସୁମା ପ୍ରଧାନ,ଇଂ ପ୍ରସନ୍ନ କୁମାର ସ୍ବାଇଁ,ଅର୍ନ୍ତର୍ଯ୍ୟାମୀ ପଣ୍ଡା,ରାକେଶ କୁମାର ପଟ୍ଟନାୟକ,ଦିଲ୍ଲିପ୍ କୁମାର ରଥ,ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ସାମ୍ବାଦିକ ବିଶ୍ବମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସଂପ୍ରତି ବିଭିନ୍ନ ରୋଗୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ରକ୍ତଦାନ ଶିବିର ଗୁଡିକର ବହୁ ଗୁରତ୍ବ ରହିଥିବା ଅତିଥି ମାନେ କହିଥିଲେ। ଏହି ଶିବିରରେ ୭ ଜଣ ମହିଳା ରକ୍ତଦାନ କରିଥିଲେ। ଏଥିରେ ଶୁଭଶ୍ରୀ ଡାକୁଆ,ଜିତେନ ଷଢଙ୍ଗୀ,ସୁମନ୍ କୁମାର ପୃଷ୍ଟି, ବି.ରମନ କୁମାର ପାତ୍ର,ସିଏଚ୍ ବାଲାଜୀ ପାତ୍ର,ରୁଦ୍ର ମାଧବ ଗୌଡ,ସୁମନ କୁମାର ଗୌେଡ, ବି.ରାଜେଶ କୁମାର ପାତ୍ର,ପ୍ରମୋଦ କୁମାର ସ୍ବାଇଁ, ବ୍ରଜେନ୍ଦ୍ର ପରିଚ୍ଛା,ପଞ୍ଚୁ ବେହେରା, ବିକ୍ରମ ବେହେରା, ଗୀତାଞ୍ଜଳୀ ଗୌଡ,ଶିବ ଶଙ୍କର ଜେନା,ଜିତେନ୍ଦ୍ର ସ୍ବାଇଁ, ମାଣିକ ଗୌଡ,ବେଦବ୍ୟାସ ପ୍ରଧାନ,ସନ୍ଦୀପ କୁମାର ସ୍ବାଇଁ, ଶିବରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି,ରଶ୍ମିତା କୁମାରୀ ଜେନା, ବିଚିତ୍ର ନାୟକ,ଚିନ୍ତାମଣି ଡାକୁଆ, ତପନ କୁମାର ସ୍ବାର, ନରସିଂହ ମହାରଣା, ପି.ଶିବା, ପି.ଚିରଞ୍ଜିବି ରାଓ,ପ୍ରିୟଙ୍କା ରାଣୀ, ରାକେଶ କୁମର ପଟ୍ଟନାୟକ, ଏସ୍କେ ଅବ୍ରାଉଦ୍ଦିନ୍ ଅହମ୍ମଦ,ବିଭୂଦତ୍ତ ପଲାଇ,ସୁଧାଂଶୁ ଶେଖର ବାରିକ, ଭାରତୀ ବାରିକ,ପିକୁନ ବେହେରା, ନୀର କିଶାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ଇତିଶ୍ରୀ ତ୍ରିପାଠି,ବିପିନ କୁମାର ପାଣିଗ୍ରାହି,ଚିତ୍ତରଞ୍ଜନ ଖଟୁଆ,ଲକ୍ଷ୍ମୀ ନୃସିଂହ ମାଝୀ, ସୀମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.