ରୁଢ଼ାପଦର ରେ ପହଞ୍ଚି କ୍ଷତିଗ୍ରସ୍ତ ଅଗ୍ନି ବିପନ୍ନ ପରିବାର ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ ।

0 387

ଭଞ୍ଜନଗର,୧୭/୦୮(ପିପିଟି) : ଗତକାଲି ରାତିରେ ଜଗନ୍ନାଥ ପ୍ରସାଦ ବ୍ଳକ ଅଧୀନ ରୁଢ଼ାପଦର ଗ୍ରାମର ପ୍ରଧାନ ସାହିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୬ ବଖରା ଘର ଜଳ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ରେ ୪ ପରିବାରର ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ଜିନିଷ ଜଳି ପୋଡି ନଷ୍ଟ ହୋଇଛି। ଏ ନେଇ ଆଜି ଭଞ୍ଜନଗର ବିଜେପି ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଆଗମୀ ଦିନରେ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ, ଯୁବ ନେତା ତଥା ଉପସଭାପତି ଅଯୋଧ୍ୟା ନାଥ ମହାପାତ୍ର,ସାଧାରଣ ସମ୍ପାଦକ ନୀଳ ମାଧବ ପାତ୍ର,ଶିବ ପ୍ରସାଦ ମହାପାତ୍ର,ରବୀନ୍ଦ୍ର କୁମାର ଗୌଡ଼ ପ୍ରମୂଖ ପହଞ୍ଚି ଅଗ୍ନି ବିପନ୍ନ ପରିବାର ସହ ଆଲୋଚନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.