କବି ନଟବର ସାହୁଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ।

0 259

ଭଞ୍ଜନଗର,୧୩/୦୮(ପିପିଟି) : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ବୈୟଜ୍ୟେଷ୍ଠ ସାହିତ୍ୟିକ ତଥା କବି ନଟବର ସାହୁଙ୍କ ବିୟୋଗରେ ସାଂସ୍କୃତିକ ପରିଷଦ ଆହ୍ୱାନ କ୍ରମେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ପ୍ରଥମେ ସ୍ୱର୍ଗତ ନଟବର ସାହୁଙ୍କ ସମ୍ପର୍କରେ କହିବା ପରେ ଉପସ୍ଥିତ ସମସ୍ତ କବି ସ୍ୱର୍ଗତ ନଟବର ସାହୁଙ୍କ ଫଟୋ ଉପରେ ଫୁଲ ଦେବା ସହିତ ନୀରବ ସଭା ଆୟୋଜନ ହୋଇଥିଲା । ପରେ ପରେ ଅଶୋକ ସାହୁ, ଅରୁଣାଂଚଳ ପତି, ନୀରଞ୍ଜନ ପ୍ରଧାନ, ସୁରେଶ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଜଗଦିଶ ପାଣିଗ୍ରାହୀ, ଭଞ୍ଜ କିଶୋର ସାହୁ, କୁମାର କାର୍ତିକେଶ୍ୱର ପ୍ରଧାନ, ଅଭିମନ୍ୟୁ ବିଷୋୟୀ, ଚିନ୍ମୟ କୁମାର ବେବର୍ତା, ଭାସ୍କର ପତି, ଗୁରୁମୂର୍ତି ପ୍ରଧାନ ଉପସ୍ଥିତ ରହି ନଟବର ସାହୁଙ୍କ ଜୀବନ ଉପରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଆବାହକ କବି ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.