କୋଦଳା,୨୮/୦୭(ପିପିଟି):ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ କବିସୂର୍ଯ୍ୟନଗର ଠାରେ ଗୋଷ୍ଠୀ ପ୍ରକ୍ରିୟା ସାଧନ କେନ୍ଦ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସହାୟତା ଓ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ସହଯୋଗରେ ଜନ ଆରୋଗ୍ୟ ସମିତିର ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଗୋଷ୍ଠି ପକ୍ରିୟା ସାଧନକେନ୍ଦ୍ରର ସଂଯୋଜକ ବିମେଳେନ୍ଦୁ ପଟନାୟକ,ଜିଲ୍ଲା ଆଶା ସଂଯୋଜକ ଆଶିଷ ମିଶ୍ର,ଜିଲ୍ଲା ଗୁଣଭତ୍ତା ସହ ପରିଚାଳକ ସଞ୍ଜୟ ପରିଡା, ମେଡିକାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ରାମଚନ୍ଦ୍ର ମହାପାତ୍ର, ଡା ସୁଶାନ୍ତ କୁମାର ଗୋଷ୍ଠି ସ୍ତରରେ ସାମନ୍ୱିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରତେକ ଲୋକଙ୍କର ସମସ୍ତ ପ୍ରତିଷେଧକ, ପ୍ରୋତ୍ସାହନ, ଆରୋଗ୍ୟକାରୀ,ପୁନର୍ବାସ ଓ ପ୍ରଶମନ ସେବା ଯତ୍ନ ସୁବିଧା ରେ ମିଳିବା ଉପରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଡା.ବିଜୟ ଲକ୍ଷ୍ମୀପଣ୍ଡା, ଡା.ସାବିତ୍ରୀ ସାମନ୍ତରାୟ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କୃତିବାସ ଅଚାରୀ, ସୋନାଲି ମଣ୍ଡଳ ତାଲିମ ପ୍ରଦାନ କରିଥିଲେ । ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ରେ ରୋଗୀଙ୍କୁ ନିରନ୍ତର ସେବା, ପରାମର୍ଶ, ଗୋଷ୍ଠୀ
ଏକତ୍ରି କରଣ କରିବା, ଦୀର୍ଘ କାଳୀନ ରୋଗ ଗୁଡିକର ପରୀକ୍ଷା, ଚକ୍ଷୁ, ଶ୍ରବଣ, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁ ଓ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସେବା ସୁବିଧା ସହଜରେ ମିଳିବା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ବିଶୁଦ୍ଧ ପାନୀୟଜଳ, ପୋଷଣ ଖାଦ୍ୟ, ରକ୍ତ ହୀନତା, ଅଞ୍ଚଳରେ କୁ ପୋଷଣ ନ ରହିବା, ଆବର୍ଜନା ମୁକ୍ତ ଅଂଚଳ, ସ୍ୱଚ୍ଛ କପଡା, ଉତ୍ତମ ସୁରକ୍ଷା ବ୍ୟବସ୍ଥା, ନିୟମିତ ବାଜ୍ୟବସ୍ତୁ ନିଷ୍କାସନ, ସ୍ୱଷ୍ଟ ଫଳକ ବ୍ୟବସ୍ତା କରାଯିବ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ମହିଳା ସଂଘ ର ସଭାନେତ୍ରୀ ଓ ସମ୍ପାଦିକା, ୱାର୍ଡ ସଭ୍ୟ, ଗାଁ କଲ୍ୟାଣ ସମିତିର ସଦସ୍ୟ,ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷବିତ, ଶିକ୍ଷକ, ବିଦ୍ୟାର୍ଥୀ,ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୁକୁଡାଖଣ୍ଡି ବ୍ଲକ ପରିଚାଳକ ସୋହନ ପଟନାୟକ, କବିସୂର୍ଯ୍ୟନଗର ବ୍ଲକ ପରିଚାଳକ ସୁନୀଲ କୁମାର ପଣ୍ଡା ପ୍ରମୁଖ ସଂଯୋଜନା କରୁଥିଲେ । ଗଞ୍ଜାମ ଜିଲ୍ଲାର ୨୪୬ ଗୋଟି ଜନ ଆରୋଗ୍ୟ ସମିତିରେ ଏଭଳି ଦୁଇ ଦିନିଆ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆଶା ସହ ପରିଚାଳକ ଆଶିଷ ମିଶ୍ର ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )
Next Post