ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପ୍ପରଙ୍କୁ ସମ୍ବର୍ଦ୍ଧନା ।

0 351

ମାଲକାନଗିରି,୨୭/୦୭(ପିପିଟି): ମାଲକାନଗିରି ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ଫଳାଫଳରେ ଶତକଡ଼ା ୭୭ ମାର୍କ ରଖି କାବ୍ୟା ମୁର୍ମୁ ସମଗ୍ର ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମାଲକାନଗିରି ମହାବିଦ୍ଯାଳୟକେ +୨ରେ ସମୁଦାୟ ୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୯ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷୋଡ଼ଙ୍ଗୀ, ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ, ବି ଗୁପ୍ତେଶ୍ଵର ରାଓ, ଆରତୀ ଲୁଗୁନ, ତପନ କୁମାର ବେହେରା, ପ୍ରଦୀପ ଓରାମ, ପ୍ରମିୟ କୁମାର ମହାନ୍ତି, ମନୋରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାବ୍ୟା ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ । ସେ କହିଥିଲେ ଯେ ଆସନ୍ତା ବର୍ଷ ମାଲକାନଗିରି ମହାବିଦ୍ୟାଳୟରେ ବାଣିଜ୍ୟ ସମ୍ମାନ ରଖି ପଢ଼ିବା ସହିତ ସିଭିଲ ସର୍ଭିସରେ ଯୋଗଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ସଫଳତା ପାଇଁ ମାଲକାନଗିରି ମହାବିଦ୍ୟାଳୟ ଗୌରବାନ୍ୱିତ ହେବା ସହିତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.