ଭୁବନେଶ୍ବର,୨୭/୦୭: ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂଙ୍କଠାରୁ ଉକ୍ତ ଟଙ୍କା ଜବତ କରିଛି। ଭିଜିଲାନ୍ସ ପକ୍ଷରୁ ତାଙ୍କର କେନ୍ଦ୍ରାପଡ଼ା ଘର ଏବଂ ବାଲେଶ୍ବରରେ ଥିବା ନିଜର ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।