ସହିଦ ଦିବସ ପୂର୍ବରୁ କନ୍ଧମାଳରେ ମାଓ ପୋଷ୍ଟର ।

0 289

ବାଲିଗୁଡା,୨୬/୦୭(ପିପିଟି): ଚଳିତମାସ ୨୮ ତାରିଖରୁ ୪ ତାରିଖ ଯାଏ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବେ । ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି l କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଯାହାକି, ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର ପାଚେରୀରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକ ରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା । ଏ ସବୁ ପୋଷ୍ଟର ରେ ରଡ଼ିଗୁମା ର ରମେଶ ନାୟକ ଓ ଓଁଡାଙ୍ଗମାଳ ର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛି । ସେଥିରେ ପୋଲିସର ଇନଫରମର ନ ସାଜିବା, ଝିଅ ବୋହୁଙ୍କ ବଦନାମ ହେଲା ପରି କାମ ନ କରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବା କୁହାଯିବା ସହ ଅଞ୍ଚଳ ଛାଡି ଚାଲିଯିବା ଲାଗି ଧମକ ମଧ୍ୟ ଦିଆଯାଇଛି । ଏକଥା ନ ଶୁଣିଲେ ଜନ ଅଦାଲତ ରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି । ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି । ଏଣୁ ଚଳିତ ମାସ ୨୮ ରୁ ୪ ତାରିଖ ପର୍ଯ୍ୟନ୍ତ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ ସେବା ଯାତାୟାତ ବନ୍ଦ ରହିବ ବୋଲି ଜଣାପଡିଛି । ପୋଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା,ବାଲିଗୁଡା,ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳରେ ସତର୍କ ଦ୍ରୁଷ୍ଟି ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଥିବା ବିଷୟ କନ୍ଧମାଳର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.