ଗ୍ୟାସ ଟାଙ୍କି ବିସ୍ଫୋରଣ ରେ ଭୁଶୁଡିଲା ଘର, ଜଣେ ଗୁରୁତର ୨ ଜଣ ଆହତ , ଆହତଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର ।

0 353

ବ୍ରହ୍ମପୁର,୨୨/୦୭(ପିପିଟି): ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ରେ ଘରର କାନ୍ଥ ଓ ଛାତ ଭୂଶୁଡି ପଡିଛି । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରାଯାଇଛି । ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଲିକ୍‌ରୁ ଅଘଟଣ ଘଟିଛି । ଉକ୍ତ
ଘରେ ୫୦ରୁ ଊର୍ଦ୍ଧ୍ୱ କମର୍ସିଆଲ୍ ସିଲିଣ୍ଡର ଥିବା ବେଳେ ଗ୍ୟାସ ସିଲିଣ୍ଡର ରୁ ଲିକ୍ ପରେ ଫାଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଏହି ଦୁଃଖଦ ଘଟଣା ବିଷୟରେ ଗୋପାଳପୁର ବିଜେଡ଼ି କର୍ମକର୍ତ୍ତା ମାନେ ଜାଣିବା ପରେ ଆହତ ମାନଙ୍କୁ ମେଡିକାଲ କୁ ପଠାଇବା ସହ ଦୁଇ ଜଣ ଗୁରୁତରଙ୍କ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣା ପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.