ବୋଲଗଡ଼,୨୦/୦୭(ପିପିଟି):ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ସେବା ସମବାୟ ଲିଃ ର ନୂତନ ସଭାପତି କୃଷ୍ଣ ଚନ୍ଦ୍ର ବାରିକ ଦାୟିତ୍ବ ଗ୍ରହଣ କରିବା ପାଇଁ ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ସମବାୟ ସମିତିର ଶାଖା ପରିଚାଳକ ସନ୍ଦିପ ପଟ୍ଟ ନାୟକଙ୍କ ଉପସ୍ଥିତରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ସମସ୍ତ ୱାର୍ଡ଼ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସମିତିର ପୂର୍ବତନ ସେକ୍ରେଟାରୀ ପରମାନନ୍ଦ ମହାପାତ୍ର ଉପସ୍ଥିତ ଥିବା ସଭ୍ୟ ଏବଂ ନୂତନ ସଭାପତି କୃଷ୍ଣ ଚନ୍ଦ୍ର ବାରିକଙ୍କୁ ଉପଢୌକନ ଏବଂ ଫୁଲ ତୋଡ଼ା ଦେଇ ଅଫିସ୍ କୁ ପାଛୋଟି ନେଇଥିଲେ। ସଭାପତି ଚାଷୀ ମାନଙ୍କୁ ଖରିଫ ଧାନମଣ୍ଡି ପାଇଁ ଫର୍ମ ବଣ୍ଟନ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)