ନେଟଙ୍ଗା ସେବା ସମବାୟ ସଭାପତି ଭାବେ ପ୍ରହଲ୍ଲାଦ ଲେଙ୍କା ନିର୍ବାଚିତ ।

0 267

ବେଲଗୁଣ୍ଠା,୧୯/୦୭(ପିପିଟି): ଆଜି ବେଲଗୁଣ୍ଠା ବ୍ଲକ ନେଟଙ୍ଗା ସେବା ସମବାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ସେବା ସମବାୟ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ନେଟଙ୍ଗା ସେବା ସମବାୟ ସମିତିର ଉପସଭାପତି ଭାବେ ମମତା ନାୟକ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ଦେଶକ ଭାବେ ସନ୍ନ୍ୟାସୀ ଜେନା, ଅଭିମନ୍ୟୁ ସେଠୀ,ନିତ୍ୟାନନ୍ଦ ଲେଙ୍କା, ନିରଞ୍ଜନ ଲେଙ୍କା,ସରୋଜିନୀ ଲେଙ୍କା, ମେଘ ବେହେରା, ଭାନୁମତୀ ନାୟକ, ସଂଯୁକ୍ତା ନାୟକ ଏବଂ ବାଳକୃଷ୍ଣ ଜେନା ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅରୁଣ କୁମାର ମଳିକ ଯୋଗ ଦେଇଥିଲେ । ସେବା ସମବାୟ ସମିତି ସଂପାଦକ ତ୍ରିନାଥ ପାତ୍ର ଏବଂ ସହସମ୍ପାଦକ ତ୍ରିପୁରା ସାହୁ ନିର୍ବାଚନ ପରି ଚାଳନାରେ ସହଯୋଗ କରିଥିଲେ । ସଭାପତି ରୂପେ ନିର୍ବାଚିତ ହେବା ପରେ ଚାଷୀଙ୍କ ସ୍ଵାର୍ଥ ପାଇଁ କାମ କରିବେ ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ । ସେହିପରି କ୍ଷତ୍ରିୟବର ପୁର ସେବା ସମବାୟ ସମିତି ସଭାପତି ଭାବେ ଲକ୍ଷ୍ମଣ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଲକ୍ଷ୍ମୀ ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ଏଠାରେ ଦୀପାଞ୍ଜଳି ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିବା ବେଳେ ସମ୍ପାଦକ ହରପ୍ରସାଦ ବେହେରା ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.