ମାଲକାନଗିରି,୧୭/୦୭(ପିପିଟି):ମାଲକାନଗିରି ବ୍ଲକରେ ୧୯ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ସମସ୍ତ ସରପଞ୍ଚଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ବରିଷ୍ଠ ସରପଞ୍ଚ ନୀଳକଣ୍ଠ ଝଲାଙ୍କ ଅଧ୍ୟକ୍ଷତାରେ ନୂତନ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ କରାଯିବା ସହ ପଞ୍ଚାୟତର ବିଭିନ୍ନ ସମସ୍ୟା ଯଥା: ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ,ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଆଜିର ମାଲକାନଗିରି ବ୍ଲକ ୧୯ ଟି ପଞ୍ଚାୟତ ସରପଞ୍ଚଙ୍କ ସଭାପତି ଭାବେ ବରିଷ୍ଠ ସରପଞ୍ଚ ଘାସି ନାୟକଙ୍କୁ ମନୋନିତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁମିତ୍ରା ମାଡକାମୀ ,ସାଧାରଣ ସମ୍ପାଦକ ଭାବେ ସୁଦର୍ଶନ କୋପେ, ଉପଦେଷ୍ଟା ଭାବେ ନୀଳକଣ୍ଠ ଝୋଲା ,ଅରକ୍ଷିତ ନାୟକ ଏବଂ ଲକ୍ଷ୍ମଣ କବାସୀଙ୍କୁ ମନୋନିତ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post