ଭଞ୍ଜନଗର ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତଳିକା ଦାହ ।

0 270

ଭଞ୍ଜନଗର,୧୪/୦୭(ପିପିଟି): ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ସ୍ଥିର କରିଥିବା ବେଳେ ଗତକାଲି ଏହାକୁ ନେଇ ଝାଡଖଣ୍ଡ କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ଟିପ୍ପଣୀକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ଥାନା ଛକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରାଯାଇଛି।ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ ଚିନ୍ତାଧାରାକୁ ନେଇ ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ ଏବଂ ମୋଦୀ ସରକାର କେବଳ ପ୍ରତୀକ ଦ୍ୱାରା ଲୋକଙ୍କୁ ବୋକା ବନାଉଛନ୍ତି।ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଥିବା ବେଳେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିବା କଂଗ୍ରେସ ନେତା ଅଜୟ କୁମାର କହିଥିଲେ।ଏହାକୁ ବିରୋଧ କରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେପି ନେତାମାନେ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବା ସହ ଟିପ୍ପଣୀ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛି। ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ,ବିନାୟକ ତ୍ରିପାଠୀ, ଶିବ ଶଙ୍କର ମହାପାତ୍ର, ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ତିଆଡ଼ି, ସନ୍ତୋଷ ପାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.