କାଳୀମେଘି ସରକାରୀ ବିଦ୍ୟାଳୟର ମଧୁସ୍ମିତା ହେଲେ ବେଗୁନିଆପଡ଼ା ବ୍ଲକ ଟପ୍ପର ।

0 240

କୋଦଳା,୦୭/୦୭(ପିପିଟି): ସରକାରୀ ବିଦ୍ୟାଳୟ ରେ ପାଢ଼ୀ ଦଶମ ଶ୍ରେଣୀରେ ୯୮% ମାର୍କ ରଖି ନିଜ ବ୍ଲକ ତଥା ନିଜ ଜନ୍ମ ମାଟିରେ ନା ରଖିଛନ୍ତି ମଧୁସ୍ମିତା ଦାଶ, ଏହି ସଫଳତା ପାଇଁ ମଧୁସ୍ମିତାଙ୍କ ବାସଭବନକୁ ସୁଭେତ୍ସାର ଶୁଅ ଚୁଟିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ଜାଗିଲିପଦର ସରକାରୀ ହାଇସ୍କୁଲ ସବୁବର୍ଷ ଦଶମ ଶ୍ରେଣୀରେ ଶତ ପ୍ରତିଶତ ସଫଳତା ହାସଲ କରୁଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସେହି ଧାରା ବଜାୟ ରଖିବା ସହ ଏକ ରେକର୍ଡ ଶୃଷ୍ଟି କରିପାରିଛି । ଜଟେଶ୍ୱର ଦାଶ ଓ ଗାୟତ୍ରୀ ଦାଶଙ୍କ ସୁକନ୍ୟା ମଧୁସ୍ମିତା ଦାଶ ମାଟ୍ରିକ ପରୀକ୍ଷାରେ ୬୦୦ ରୁ ସର୍ବାଧିକ ୫୮୮ ରଖି ବ୍ଲକ ଟପ୍ପର ହୋଇଛନ୍ତି। ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ଛାତ୍ରୀ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଏହି ସଫଳତା ଅର୍ଜନ କରିଛନ୍ତି ବୋଲି କହିଛନ୍ତି । ମଧୁସ୍ମିତା ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ପିତା ମାତା ଓ ଗୁରୁଜନଙ୍କୁ ଦେଇଛନ୍ତି। ବ୍ଲକ ଟପ୍ପର ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ମଧୁସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଆବଶ୍ୟକ ଏଣୁ ସରକାରୀ ସହାୟତା କିଭଳି ମଧୁସ୍ମିତାଙ୍କୁ ମିଳିବ ସେ ନେଇ ବିଭାଗ ତଥା ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ। କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ମଧ୍ୟ ବେଶ୍ ଖୁସି ଅନୁଭବ କରି ମଧୁସ୍ମିତାଙ୍କୁ ବିଦ୍ୟାଳୟ ପରିସର ରେ ଶୁଭେଚ୍ଛା ଜଣାଇଛନ୍ତି। ଶିକ୍ଷା କ୍ଷେତ୍ରରେ ପଞ୍ଚାୟତ ପାଇଁ ଆବଶ୍ୟକ ଭିତ୍ତିଭୂମି ତିଆରି ହେଉଥିବା ଏବଂ ପଞ୍ଚାୟତ ର ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀ କିଭଳି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ସେ ନେଇ ଯତ୍ନବାନ ଥିବା କହିଛନ୍ତି ସରପଞ୍ଚ। ସରକାରୀ ବିଦ୍ୟାଳୟରେ ମଧୁସ୍ମିତାଙ୍କ ଏହି ସଫଳତା ପରେ ପୁରା ନିଜ ଗାଁ ଓ ବ୍ଲକରୁ ଶୁଭେଚ୍ଛାର ସୁଅ ଛୁଟିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.