ମହିଳା ଗ୍ରୁପ ଗୁଡିକ ତରଫରୁ ବାଦିଲ ଓ ଆଡ଼ିପଡା ରେ ବାଲ୍ୟବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର।

0 232

ଭାପୁରୁ,୩୦/୦୬(ପିପିଟି):ଆକ୍ସନ ଏଡ଼ ଇଣ୍ଡିଆ ତରଫରୁ ଭାପୁର ବ୍ଲକ ରାକମା ଗ୍ରାମ ପଞ୍ଚାୟତର ବାଦିଲ ଓ ଆଡ଼ିପଡା ଦୁଇଟି ଗ୍ରାମରେ ପୃଥକ ପୃଥକ ଭାବେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର ମାନ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ପ୍ରାୟ ୨୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି,ସମ୍ପାଦକ ଓ ପ୍ରତିନିଧି ପ୍ରାୟ ଶହେରୁ ଉର୍ଦ୍ଧ୍ଵ ଯୋଗ ଦେଇ ଥିଲାବେଳେ ବାଲ୍ୟବିବାହ ମୁକ୍ତ ଗ୍ରାମ ଓ ଗ୍ରାମ ପଞ୍ଚାୟତ ଗଠନ କରିବା ପାଇଁ ଅଣ୍ଟା ଭିଡିବା ସହ ଅଙ୍ଗୀକାର କରିଛନ୍ତି। ଭବିଷ୍ୟତରେ ସମସ୍ତ ମହିଳା ଗ୍ରୁପର ସଦସ୍ୟା ମାନଙ୍କୁ ନେଇ ଗ୍ରାମ୍ୟ ପରିକ୍ରମା ଓ କାନ୍ଥ ଲେଖା ଆଦି କରି ବାଲ୍ୟବିବାହର କୁପରିଣତି ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ସମସ୍ତ ମହିଳା ପ୍ରତିନିଧି ମାନେ ବାଲ୍ୟବିବାହ କୁ ଗାଁ ଗାଁ ରେ ପ୍ରତିରୋଧ କରିବାକୁ ଜାରି ରଖିବେ ବୋଲି ଶପଥ ଗ୍ରହଣ କରିଛନ୍ତି। ”ବାଲ୍ୟ ବିବାହକୁ ନାଁ ,ସ୍କୁଲ ଯିବାକୁ ହଁ ” ର ପ୍ରଚାରକୁ ଶକ୍ତି ଶାଳୀ କରିବାକୁ ସ୍ଥିର କରିଛନ୍ତି। ଆକ୍ସନ ଏଡ଼ ଇଣ୍ଡିଆ ର ବ୍ଲକ ସଂଯୋଜକ ସୁରଶ ସ୍ବାଇଁ, ପଞ୍ଚାୟତ କୋଡ଼ିନେଟର ଅଶାନ୍ତି ପରିଡା, ବାଦିଲର ଅଙ୍ଗନୱାଡି କର୍ମୀ ବାସନ୍ତୀ ବେହେରା ଆଡ଼ିପଡାର ଅଙ୍ଗନୱାଡି କର୍ମୀ ବିନିବାଳା ସାହୁ,ସି ଆର ପି ପୂଜା ସାହୁ ଓ ପ୍ରତିମା ପଣ୍ଡା ପ୍ରମ୍ମୁଖ ଆଲୋଚନା କରିଥିଲେ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.